ବ୍ରାହ୍ମଣୀଗାଁ ଥାନା ପକ୍ଷରୁ ୧୬୦ କେଜିର ମହୁଲ ପୋଚ ଜବତ…

add-all

ଦାରିଙ୍ଗବାଡି(୨୪/୦୧) : କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଧିନସ୍ତ ବ୍ରାହ୍ମଣୀଗାଁ ଥାନା ପକ୍ଷରୁ ଆଜି ବେଆଇନ ଦେଶମଦ ଚଢ଼ାଉ କରି ପ୍ରାୟ ୧୬୦ କେଜି ମହୁଲ ପୋଚ ଜବତ କରିଥିବା ଥାନା ଅଧିକାରୀ ଚାପଧାରୀ ପ୍ରଧାନ ସୂଚନା ପ୍ରଦାନ କରିଛନ୍ତି। ବିଶେଷ ସୂତ୍ରରୁ ଖବର ପାଇ ଥାନା ଅଧିକାରୀଙ୍କ ନିର୍ଦେଶ କ୍ରମେ ସବ ଇନିସପେକ୍ଟର ଅମରେନ୍ଦ୍ର ସୁବୁଦ୍ଧିଙ୍କ ନେତୃତ୍ୱରେ ଏଏସ ଆଇ ରମାକାନ୍ତ ସେଠି, ଏଏସଆଇ ଶଙ୍କର ୱାଡାକା ସାମିଲ ହୋଇ ପୋଲିସ ବାହିନୀ ଓ ଗୃହରକ୍ଷୀ ଙ୍କୁ ନେଇଁ ଭିମାନାଳ ଏରିଆ ଚଢ଼ାଉ କରିଥିଲେ।

ପୋଲିସ ଛଡାଉ କରିବା ଜାଣି ପାରି ଦେଶୀ ମଦ ରନ୍ଧାଳି ମାନେ ମହୁଲ ପୋଚ ଛାଡି ଘଟଣା ସ୍ଥଳରୁ ପଳେଇ ଯାଇଥିବା ଜଣା ପଡ଼ିଛି। ଘଟଣା ସ୍ଥଳରେ ପୋଲିସ ମଦ ତିଆରି ପାଇଁ ଥିବା ମହୁଲ ପୋଚ ତଳେ ଢାଳି ନଷ୍ଟ କରି ୩ଟି ପୋଚ ଜାର ସହିତ ରସ ଡେକିଚି ସହିତ ବିଭିନ୍ନ ଉପକରଣ ସିଜ କରିନେଇ ଆସି ଥିବା ସୂଚନା ରହିଛି। ବେଆଇନ ଦେଶୀ ମଦ ରନ୍ଧା ଓ ବିକ୍ରିକୁ ରୋକିବା ନେଇଁ ଥାନା ଅଧିକାରୀ ଚାପଧାରୀ ପ୍ରଧାନ ଥାନା ଅଧିନ ସମସ୍ତ ଅଞ୍ଚଳରେ ଚଢ଼ାଉ ବଳବତ୍ତର ରହିବ ବୋଲି ସୂଚନା ଦେଇଛନ୍ତି।

ad-week
Leave A Reply

Your email address will not be published.