ପରୀକ୍ଷାରେ କପି କଲେ ସମ୍ପତ୍ତି ଜବତ ସହ ୧୦ ବର୍ଷ ପାଇଁ ବାସନ୍ଦ…

add-all

ନୂଆଦିଲ୍ଲୀ: ଏଣିକି ପରୀକ୍ଷାରେ ନକଲ କରି ପାସ କରୁଥିବା ଛାତ୍ରଛାତ୍ରୀଙ୍କୁ ତ୍ରାହି ମିଳିବ ନାହିଁ | କେବଳ କପି କରୁଥିବା ନୁହେଁ ବରଂ କପି ଯୋଗାଉଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ ମଧ୍ୟ କଡା କାର୍ଯ୍ୟାନୁଷ୍ଠାନ ହେବ | ଏହା ସହ ପେପର ଲିକ କରୁଥିବା ବ୍ୟକ୍ତିଙ୍କୁ ମଧ୍ୟ ଛଡ଼ାଯିବ ନାହିଁ | କପି କରୁଥିବା ଓ କପି ଯୋଗାଉଥିବା ବ୍ୟକ୍ତିବିଶେଷଙ୍କ ସମ୍ପତ୍ତି ଜବତ ସହ ଆଗାମୀ ୧୦ ବର୍ଷ ଯାଏଁ କୌଣସି ପରୀକ୍ଷା ଦେଇପାରିବେ ନାହିଁ | ଉତ୍ତରାଖଣ୍ଡର ଧାମୀ ସରକାର କିଛି ଏଭଳି କଠୋର ନିଷ୍ପତ୍ତି ନେବାକୁ ଯାଉଛନ୍ତି | ବାସ୍ତବରେ ଉତ୍ତରାଖଣ୍ଡ ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ପରୀକ୍ଷାମାନଙ୍କରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ କପି କରୁଥିବାର ଜଣାପଡିବା ପରେ ରାଜ୍ୟ ସରକାର କପି ବିରୋଧୀ ଆଇନ ଆଣିବାକୁ ଯାଉଛନ୍ତି। ଏଥିପାଇଁ ସରକାରଙ୍କ ଦ୍ୱାରା ସମ୍ପୂର୍ଣ୍ଣ ଡ୍ରାଫ୍ଟ ପ୍ରସ୍ତୁତ କରାଯାଇଛି। ଏଥିରେ ଅନେକ କଠୋର ନିୟମର ବ୍ୟବସ୍ଥା କରାଯାଇଛି |
ଖୁବ ଶୀଘ୍ର ଏହାକୁ କ୍ୟାବିନେଟରେ ଆଣି ଅନୁମୋଦନ କରାଯିବ। ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ କହିଛନ୍ତି ଯେ ଯେଉଁମାନେ ଉତ୍ତରାଖଣ୍ଡ ନିଯୁକ୍ତି ପରୀକ୍ଷାରେ ଅନିୟମିତତା କରିଛନ୍ତି ସେମାନଙ୍କୁ ଛଡ଼ାଯିବ ନାହିଁ ଏବଂ ଭବିଷ୍ୟତ ପାଇଁ ମଧ୍ୟ ସରକାର ଏକ ଠୋସ୍ ଆଇନ ଆଣିବାକୁ ଯାଉଛନ୍ତି। ଏଥିପାଇଁ ସରକାର ସମସ୍ତ ପ୍ରସ୍ତୁତି ଚଳାଇଛନ୍ତି। କପି ବିରୋଧୀ ଆଇନରେ ୧୦ ବର୍ଷ ଦଣ୍ଡର ବ୍ୟବସ୍ଥା କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପରୀକ୍ଷାର୍ଥୀଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ପାଇଁ ବ୍ୟବସ୍ଥା କରାଯିବା ସହିତ ଅଭିଯୁକ୍ତଙ୍କ ସମ୍ପତ୍ତି ଜବତ କରିବାର ବ୍ୟବସ୍ଥା ମଧ୍ୟ ରହିଛି। ସେ କହିଛନ୍ତି ଯେ ଯୁବପିଢ଼ିଙ୍କ ଭବିଷ୍ୟତ ସହିତ ଖେଳୁଥିବା ଲୋକମାନଙ୍କୁ କୌଣସି ପରିସ୍ଥିତିରେ ବି ଛଡ଼ାଯିବ ନାହିଁ |

ad-week
Leave A Reply

Your email address will not be published.