ଭାଇରାଲ ହେଉଛି ନବୀନଙ୍କ ନୂଆ ଲୁକ୍‌…

add-all

ଭୁବନେଶ୍ୱର: ଏକ ସବୁଜ ରଙ୍ଗର ଜର୍ସି ପିନ୍ଧି ନଜର ଆସିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ଏକ ଧଳା ରଙ୍ଗର ଟ୍ରାଉଜର ସାଙ୍ଗକୁ ସବୁଜ ଜର୍ସି ପିନ୍ଧିଛନ୍ତି। ଏହି ରଙ୍ଗର ଜର୍ସିକୁ ସୋଭେନିୟର ଭାବେ ବ୍ୟବହାର କରାଯିବ। ଜର୍ସି ପଛରେ ବନ୍ଦେ ଉତ୍କଳ ଜନନୀ ବି ଲେଖାଯାଇଛି।

ଓଡ଼ିଶା କ୍ରୀଡ଼ା ପାଇଁ ରାଜ୍ୟବାସୀ ଏହି ସବୁଜ ରଙ୍ଗର ଜର୍ସି ବାଛିଛନ୍ତି। ଓଡ଼ିଶାବାସୀଙ୍କ ଭୋଟିଂ ଆଧାରରେ ସୋସିଆଲ ମିଡିଆରେ ରାଜ୍ୟ କ୍ରୀଡ଼ା ପାଇଁ ଜର୍ସି ବାଛିବାକୁ ୫-ଟି ସଚିବ ଭିକେ ପାଣ୍ଡିଆନ ଆହ୍ବାନ କରିଥିଲେ। ଏଥିରେ ବିଭିନ୍ନ ଅପସନ ଦିଆଯାଇଥିଲା। ଲୋକେ ସବୁଜ ରଙ୍ଗକୁ ଅଧିକ ବାଛିଥିବାରୁ ଜର୍ସିର ରଙ୍ଗ ସବୁଜ ରହିବ ବୋଲି ନିଷ୍ପତ୍ତି ନିଆଯାଇଛି।

ad-week
Leave A Reply

Your email address will not be published.