ବିଶ୍ୱକପ୍‌ ହକି: ସେମିରେ ଜର୍ମାନୀ…

add-all

ଭୁବନେଶ୍ବର: ପୁରୁଷ ହକି ବିଶ୍ବକପର ସେମିଫାଇନାଲରେ ପ୍ରବେଶ କରିଛି ଜର୍ମାନୀ। ବୁଧବାର କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା କ୍ବାର୍ଟର ଫାଇନାଲ ମ୍ୟାଚରେ ଜର୍ମାନୀ ସୁଟ୍‌ଆଉଟ୍‌ରେ ଇଂଲଣ୍ଡକୁ ପରାସ୍ତ କରିଛି। ସେମିଫାଇନାଲରେ ଜର୍ମାନୀ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ଭେଟିବ। ଏହି ମ୍ୟାଚ୍‌ ଜାନୁଆରୀ ୨୭ରେ ଖେଳାଯିବ।

ସୂଚନାଯୋଗ୍ୟ, କ୍ୱାର୍ଟର ଫାଇନାଲ ମ୍ୟାଚରେ ଇଂଲଣ୍ଡ ଏବଂ ଜର୍ମାନୀ ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମିଳିଥିଲା। ନିୟମିତ ସମୟରେ ମ୍ୟାଚ ୨-୨ ଗୋଲ୍‌ ଶେଷ ହୋଇଥିଲା। ଫଳରେ ଫଳାଫଳ ପାଇଁ ସୁଟଆଉଟ୍‌ର ସହାୟତା ନିଆଯାଇଥିଲା। ଏଥିରେ ଜର୍ମାନୀ ୪-୩ରେ ଇଂଲଣ୍ଡକୁ ପରାସ୍ତ କରି ଜିତି ସେମିଫାଇନାଲକୁ ଉନ୍ନୀତ ହୋଇଥିଲା।

ad-week
Leave A Reply

Your email address will not be published.