ମୌଳିକ ସଂଖ୍ୟାଜ୍ଞାନ ଓ ସାକ୍ଷରତାର କାର୍ଯ୍ୟକାରିତାକୁ ଆଧାର କରି ଜିଲ୍ଲାସ୍ତରୀୟ ଆଲୋଚନା ଚକ୍ର ଅନୁଷ୍ଠିତ

add-all

ଫୁଲବାଣୀ : ଟିକାବାଲି ସ୍ଥିତ ଡି.ଆଇ.ଇ.ଟି ତରଫରୁ ମୌଳିକ ସଂଖ୍ୟାଜ୍ଞାନ ଓ ସାକ୍ଷରତା ର କାର୍ଯ୍ୟକାରିତା କୁ ଆଧାର କରି ଦୁଇ ଦିନିଆ ଜିଲ୍ଲାସ୍ତରୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଅଛି l ଏହି କାର୍ଯ୍ୟକ୍ରମ ରେ ମଞ୍ଚlସୀନ ଅତିଥି ମଧ୍ୟରେ କନ୍ଧମାଳ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ପ୍ରମୋଦ କୁମାର ଷଡ଼ଙ୍ଗୀ, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସିଟିଇ ଭଞ୍ଜନଗର ର ଆସିଷ୍ଟାନ୍ସ ପ୍ରଫେସର ଶ୍ରୀଯୁକ୍ତ ଡ. ଦିଲ୍ଲୀପ କୁମାର ଖୁଣ୍ଟିଆ, ଟିକାବାଲି ଡି.ଆଇ.ଇ.ଟି ଅଧକ୍ଷ ଶ୍ରୀଯୁକ୍ତ ଡ. ବାମଦେବ ତ୍ରିପାଠୀ, ଜି. ଉଦୟଗିରି ମହାବିଦ୍ୟାଳୟର ଅଧ୍ୟାପିକା ସସ୍ମିତା ଦାଶ, ଶଙ୍କରାଖୋଲ କଲେଜର ଅଧ୍ୟାପିକା ରିତାଞ୍ଜଳୀ ସାହୁ, ଡି.ଆଇ.ଇ.ଟି ଅଧ୍ୟାପକ ଶ୍ରୀହର୍ଷ ଵାଲା, ଅଧ୍ୟାପକ ରାକେଶ କୁମାର ବେହେରା,ଶ୍ରୀଯୁକ୍ତ ସର୍ବେଶ୍ୱର ଦାଶ, ଅଧ୍ୟାପିକା ସୁଶ୍ରୀ ଅନିତା କୁମାରୀ ମଲ୍ଲିକ ଉପସ୍ଥିତ ଥିଲେ l ଏହି ଆଲୋଚନା ଚକ୍ର କାର୍ଯ୍ୟକ୍ରମରେ କନ୍ଧମାଳର ଅନେକ ଅଭିଜ୍ଞ ଶିକ୍ଷକ ଶିକ୍ଷୟତ୍ରୀ ମୌଳିକ ସଂଖ୍ୟାଜ୍ଞାନ ଓ ସାକ୍ଷରତା ର କାର୍ଯ୍ୟକାରିତା ଓ ଉପଯୋଗ ସମ୍ବନ୍ଧରେ ବହୁତ ସୁନ୍ଦର ଭାବେ ଆଲୋଚନା କରିଥିଲେ l ଏହି ଶୈକ୍ଷିକ କାର୍ଯ୍ୟକ୍ରମ ରେ ମୌଳିକ ସଂଖ୍ୟାଜ୍ଞାନ ଓ ସାକ୍ଷରତା ହାସଲ ପାଇଁ ପିଲାଙ୍କୁ ପାଠ ପ୍ରତି ଆକୃଷ୍ଟ କରିବା ସହ ଜ୍ଞାନ ହାସଲ ପାଇଁ ସିଆରଏ ପଦ୍ଧତି, ଫରବ୍ଲକ ପଦ୍ଧତି ସହ ଅନେକ ଶୈକ୍ଷିକ ପଦ୍ଧତି ର ଉପଯୋଗ ଶିକ୍ଷକ ଶିକ୍ଷୟତ୍ରୀ ମାନେ କିପରି କରିଛନ୍ତି ସେ ସମ୍ୱନ୍ଧରେ ବହୁତ ସୁନ୍ଦର ଭାବେ ଉପସ୍ଥାପନ କରିଥିଲେ l ସେମାନଙ୍କ ମଧ୍ୟରେ ସାଗରୀକା ପଣ୍ଡା, ଲତାଞ୍ଜଳି ମହାନ୍ତି, ଅନୁପମା ଷଡ଼ଙ୍ଗୀ, ରଶ୍ମିତା ମହାରଣା, ସୁଶ୍ରୀ ସସ୍ମିତା ନାୟକ, ପ୍ରଦୀପ ମହାପାତ୍ର, ଅଶୋକ ପ୍ରଧାନ, ପ୍ରଦୀପ ମହାନ୍ତି, ପବିତ୍ର କୁମାର ସାହୁ, ସୁକାନ୍ତ ଦତରାୟ, ସସ୍ମିତା ଜେନା, ରଶ୍ମିତା ଷଡ଼ଙ୍ଗୀ, ସନ୍ଧ୍ୟାରାଣୀ ଚୌଧୁରୀ ବହୁତ ସୁନ୍ଦର ଭାବେ ମୌଳିକ ସଂଖ୍ୟାଜ୍ଞାନ ଓ ସାକ୍ଷରତା ସମ୍ବନ୍ଧରେ ଉପସ୍ଥାପନା କରିଥିଲେ l ଏଥିସହ କନ୍ଧମାଳ ଜିଲ୍ଲାର ଅନେକ ଶିକ୍ଷକ ଶିକ୍ଷୟତ୍ରୀ ଅଂଶଗ୍ରହଣ କରିଥିଲେ ଯଥା ଶ୍ରୀଯୁକ୍ତ ପ୍ରଶାନ୍ତ ଦାଶ, ଅରବିନ୍ଦ ମହାପାତ୍ର, ଲକ୍ଷ୍ମୀକାନ୍ତ ପୃଷ୍ଟି, ଫିଲିପ ଦିଗାଳ, ସତ୍ୟନାରାୟଣ ତ୍ରିପାଠୀ, ଚିତ୍ତରଞ୍ଜନ ମହାପାତ୍ର ତଥା ଅନେକ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ କୁ ସଫଳ ରୂପାୟନ କରିଥିଲେ l

ad-week
Leave A Reply

Your email address will not be published.