ଯୁବ ସାମ୍ବାଦିକ ଚିରଞ୍ଜିତ ରାଜଗୁରୁଙ୍କ ଅକାଳ ବିୟୋଗ : ସାମ୍ବାଦିକ ମହଲରେ ଗଭୀର ଶୋକ

add-all

ବ୍ରହ୍ମପୁର : ଆଉ ନାହାନ୍ତି ବରିଷ୍ଠ ସାମ୍ବାଦିକ ଚିରଞ୍ଜିତ ରାଜଗୁରୁ । ଦୈନିକ ଖବରକାଗଜ ସକାଳର ବ୍ରହ୍ମପୁର ସଂସ୍କରଣର ସାମ୍ବାଦିକ ଚିରଞ୍ଜିତ ରାଜଗୁରୁଙ୍କ ଅକାଳ ବିୟୋଗ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୪୬ ବର୍ଷ ହୋଇଥିଲା ।ବରିଷ୍ଠ ନନ୍ଦିଘୋଷ tv ଭୁବନେଶ୍ୱର ପ୍ରତିନିଧି ଶକ୍ତିଧର ରାଜ ଗୁରୁଙ୍କ ସେ ସାନଭାଇ ଥିଲେ ଗତକାଲି ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ବ୍ରହ୍ମପୁର ବଡ ମେଡିକାଲ ଅଣାଯାଇ ଚିକିତ୍ସା କରାଯାଉଥିଲା। ତେବେ ଡାକ୍ତରଙ୍କ ଚେଷ୍ଟା ସତ୍ତ୍ବେ ଫଳ କିଛି ମିଳିନଥିଲା। ଶେଷରେ ଆଜି ସକାଳେ ତାଙ୍କ ପରଲୋକ ହୋଇଛି । ପେସାରେ ସାମ୍ବାଦିକ ଏବଂ ଓକିଲ ଥିଲେ ଚିରଞ୍ଜିତ। ତାଙ୍କର ଦୁଇଟି ଗୋଟିଏ ପୁଅ ଓ ଜଣେ ଝିଅ ଅଛନ୍ତି । ଜଣେ ମେଳାପୀ ମଣିଷ ଥିଲେ । ଲୋକଙ୍କୁ ସାହାର୍ଯ୍ଯ କରିବା, ସତ୍ଯ ଖବରକୁ ଲୋକ ଲୋଚନକୁ ଆଣିବା ତାଙ୍କର ଲକ୍ଷ୍ୟ ଥିଲା। ତାଙ୍କ ବିୟୋଗରେ ସମସ୍ତ ସାମ୍ବାଦିକ ଓ ଓକିଲଙ୍କ ମହଲରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ଚିରଞ୍ଜିତଙ୍କ ବିୟୋଗରେ ବିଜେଡି ସାଂସଦ ମାନସ ମଙ୍ଗରାଜ ଶୋକ ପ୍ରକାଶ କରିଛନ୍ତି । ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବିଧାୟକ ବିକ୍ରମ ପଣ୍ଡା, ବ୍ରହ୍ମପୁର ମେୟର ସଂଘମିତ୍ରା ଦଳାଇ ଏବଂ ସହରର ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଶୋକ ସନ୍ତପ୍ତ ପରିବାରକୁ ଗଭୀର ସମବେଦନା ଜଣାଇଛନ୍ତି । ସେହିପରି ସକାଳର ସିଇଓ ସୁବ୍ରତ ଦାସ ଟ୍ବିଟ୍‌ କରି ଆତ୍ମାର ସଦଗତି କାମନା କରିବା ସହ ପରିବାରକୁ ସମବେଦନା ଜଣାଇଛନ୍ତି । ତାଙ୍କ ମର ଶରୀର କୁ ପ୍ରଥମେ ବ୍ରହ୍ମପୁର ସକାଳ କାର୍ଯ୍ୟାଳୟ କୁ ନିଆଯିବା ପରେ ବ୍ରହ୍ମପୁର ପ୍ରେସ କ୍ଲବ ପରିସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ସହ ଅନ୍ତିମ ବିଦାୟ ଦିଆ ଯାଇଥିଲା

ad-week
Leave A Reply

Your email address will not be published.