ସ୍ୱାଭିମାନ ଅଞ୍ଚଳରେ ମାଓବାଦ ଓ ନକ୍ସଲବାଦୀଙ୍କ ବିପକ୍ଷରେ ବିଜୟ ଉତ୍ସବ ପାଳିତ…

add-all

ଚିତ୍ରକୋଣ୍ଡା (୨୫/୦୧) : ଆସନ୍ତା କାଲି ପାଳନ ହେବ ୭୪ତମ ସାଧାରଣତନ୍ତ୍ର ଦିବସ । ସାମ୍ପ୍ରତିକ ପରିସ୍ଥିତିରେ ଏକଥା ଜାଣି କିଛି ବ୍ୟକ୍ତିଙ୍କୁ ଏକ ପ୍ରକାରର ଖୁସି ଅନୁଭୁତ ହୁଏ ଯେ,ଗୋଟିଏ ଦିନ ପୂର୍ବରୁ ଆନ୍ଧ୍ର ଓଡିଶା ସୀମାନ୍ତ ଆଦିବାସୀ ଅଧ୍ୟୁଷିତ ଉପାନ୍ତ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରେ ପାଳିତ ହୋଇଛି ବିଜୟ ଉତ୍ସବ l ୨୦୨୦ ରେ ସ୍ୱାଭିମାନ ଅଞ୍ଚଳ ଜନ୍ତୁରାଇ ଠାରେ ମାଓବାଦୀ ଏବଂ ଜନତାଙ୍କ ମଧ୍ୟରେ ହୋଇଥିଲା ଖଣ୍ଡ ଯୁଦ୍ଧ l ସ୍ୱାଭିମାନ ଅଞ୍ଚଳର ତିନିଗୋଟି ଗ୍ରାମ ଯଥା ଜନ୍ତୁରାଇ, ଯୋଡ଼ାମ୍ବ ଏବଂ ସିନ୍ଧିୱାଡ଼ା ଗ୍ରାମ ଏକତ୍ର ହୋଇ ମାଓବାଦୀଙ୍କ ଅତ୍ୟାଚାରରେ ଅତିଷ୍ଠ ହୋଇ ଟେକିଥିଲେ ମୁଣ୍ଡ ଏବଂ ସେମାନେ ଅସତ୍ୟକୁ ବଳି ଦେଇ ସତ୍ୟପଥରେ ସରକାର ତଥା ପ୍ରଶାସନକୁ ସହଯୋଗ କରି ସ୍ୱାଭିମାନ ଅଞ୍ଚଳକୁ ୨୦୨୦ ଜାନୁୟାରୀ ମାସ ୨୫ ତାରିଖ ଦିନ ମାଓବାଦୀ ମାନଙ୍କ କବଳରୁ ମୁକ୍ତ ହୋଇ ସ୍ୱାଧୀନତା ପାଇଥିବା ସ୍ୱାଭିମାନ ଅଞ୍ଚଳବାସୀ ପ୍ରକାଶ କରିବା ସହ ଆଜି ଦିନକୁ ତ୍ରିରଙ୍ଗା ପତାକା ଉଡାଇ ବିଜୟ ଉତ୍ସବ ମନାଇଛନ୍ତି l ଉକ୍ତ ବିଜୟ ଉତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଚିତ୍ରକୋଣ୍ଡା ଏସଡ଼ିପିଓ ଆଲେକସିଅସ କିସପୋଟା ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥିଭାବେ ଦାରାଲାବେଢା ବିଏସଏଫ କ୍ୟାମ୍ପର ଏସି ଆଶିଷ କୁମାର, ପୋଲିସ ଇନସିପେକ୍ଟର ଲକ୍ଷ୍ମୀନାରାୟଣ ମୁଦୁଲି, ଯୋଡ଼ାମ୍ବ ସରପଞ୍ଚ ପିଙ୍କି ହନ୍ତାଳ, ଓଆଇସି ଯୋଡ଼ାମ୍ବ ଓ ପାପରମେଟେଲା ଉପସ୍ଥିତ ଥିବାବେଳେ ସ୍ୱାଭିମାନ ଅଞ୍ଚଳର ବହୁ ସଂଖ୍ୟାରେ ଜନସାଧାରଣ ଯୋଗଦେଇ ବିଜୟ ଉତ୍ସବ ମନାଇଥିଲେ l

ad-week
Leave A Reply

Your email address will not be published.