
ଦାରିଙ୍ଗବାଡି, ୨୫/୦୧ : କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଧିନସ୍ତ ବ୍ରାହ୍ମଣୀଗାଁ ଥାନା ପକ୍ଷରୁ ବେଆଇନ ଦେଶୀମଦ ଢ଼ାଉଉ ବଳବତ୍ତର ରହିଛି। ଆଜି ପ୍ରାୟ ୨୫୦ କେଜି ମହୁଲ ପୋଚ ଜବତ କରିଥିବା ଥାନା ଅଧିକାରୀ ଚାପଧାରୀ ପ୍ରଧାନ ସୂଚନା ପ୍ରଦାନ କରିଛନ୍ତି। ବେଆଇନ ଦେଶୀ ମଦ ଚଢ଼ାଉରେ ଏସ ଆଇ ଅମରେନ୍ଦ୍ର ସୁବୁଦ୍ଧିଙ୍କ ନେତୃତ୍ୱରେ ଏଏସ ଆଇ ରମାକାନ୍ତ ସେଠି, ଏଏସଆଇ ଶଙ୍କର ୱାଡାକା ସାମିଲ ହୋଇ ପୋଲିସ ବାହିନୀ ଓ ଗୃହରକ୍ଷୀ ଙ୍କୁ ନେଇଁ ଅଲାଞ୍ଜୁରି ଗ୍ରାମରେ ଚଢ଼ାଉ କରିଥିଲେ। ପୋଲିସ ଛଡାଉ କରିବା ଜାଣି ପାରି ଦେଶୀ ମଦ ରନ୍ଧାଳି ମାନେ ମହୁଲ ପୋଚ ଛାଡି ଘଟଣା ସ୍ଥଳରୁ ପଳେଇ ଯାଇଥିବା ଜଣା ପଡ଼ିଛି। ଘଟଣା ସ୍ଥଳରେ ପୋଲିସ ମଦ ତିଆରି ପାଇଁ ଥିବା ମହୁଲ ପୋଚ ତଳେ ଢାଳି ନଷ୍ଟ କରି ପୋଚ ଜାର ସହିତ ରସ ଡେକିଚି ସହିତ ବିଭିନ୍ନ ଉପକରଣ ସିଜ କରିନେଇ ଆସି ଥିବା ସୂଚନା ରହିଛି। ଯାହାରି ଫଳରେ ବେଆଇନ ଦେଶୀ ମଦ ରନ୍ଧାଳି ଓ ବିକ୍ରି କାରୀଙ୍କ ମଧ୍ୟରେ ଛନକା ପଶିଥିବା ଜଣା ପଡ଼ିଛି। ଥାନା ପକ୍ଷରୁ ଚଢ଼ାଉ ବଳବତ୍ତର ରହିଲେ ବେଆଇନ ଦେଶୀମଦ ରନ୍ଧା ଓ ବିକ୍ରିରେ ରୋକ ଲାଗିବ ବୋଲି ସର୍ଵ ସାଧାରଣରେ ଚର୍ଚ୍ଚା ଜୋର ଧରିଛି।