ବିଭିନ୍ନ ସ୍ଥାନରେ ଜଙ୍ଗଲରେ ଲାଗୁଛି ନିଆଁ, ବନ ବିଭାଗ ସଜାଗ ହେବା ଜରୁରୀ

add-all

ଦାରିଙ୍ଗବାଡି, ୨୬/୦୧ : କନ୍ଧମାଳ ଜିଲ୍ଲା ଦାରିଙ୍ଗ ବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ବନାଞ୍ଚଳରେ ଜଙ୍ଗଲ ପୋଡି ହେବା ଆରମ୍ଭ ହୋଇ ଥିବା ଦେଖିବାକୁ ମିଳିଛି। ଆଜି ଗଣ ମାଧ୍ୟମ ପ୍ରତିନିଧି ଗଣ ଖବର ସଂଗ୍ରହ କରି ଫେରୁ ଥିବା ସମୟରେ କାଟିଙ୍ଗିଆ ବନ ପାଳ ଅଧିନ ଅଞ୍ଚଳ କୁମ୍ଭାରୀଗାଁ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ- ଲାଣ୍ଡାଗୁଡି ଘାଟି ରାସ୍ତା କଡରେ ନିଆଁ ଲାଗିଥିବା ଦେଖି ଅଟକି ରହି ନିଆଁକୁ ଆୟତ୍ତ କରିଥିଲେ। ନିଆଁ ଲାଗିଥିବା ଅଞ୍ଚଳରେ ନେଟୱାର୍କ ସୁବିଧା ନଥିବାରୁ ବନ ବିଭାଗକୁ ସୂଚନା ଦେଇ ପାରି ନଥିବା ଜଣା ପଡ଼ିଛି। ପ୍ରକାଶ ଥାଉକି ବନ ବିଭାଗ ପକ୍ଷରୁ ଡିସେମ୍ବର ମାସରେ ଜଙ୍ଗଲ ସୁରକ୍ଷା ଓ ଜଙ୍ଗଲ ନିଆଁ ପୋଡିରୁ ସୁରକ୍ଷା ଦେବା ସଚେତନ କାର୍ଯ୍ୟକ୍ରମ ବ୍ରାହ୍ମଣୀଗାଁ ସ୍ଥିତ ବନାଞ୍ଚଳ କାର୍ଯ୍ୟାଳୟରେ ପ୍ରତେକ ଗ୍ରାମ ପଞ୍ଚାୟତର ୱାର୍ଡସଭ୍ୟ, ପଂଚାୟତ ପ୍ରତିନିଧି ଓ ସ୍ବେଛାସେବୀଙ୍କୁ ନେଇଁ କରାଯିବା ସହିତ ଅଞ୍ଚଳର ହାଟ ବାର ଦିନ ବନ ବିଭାଗ ପକ୍ଷରୁ ଡାକ ବାଜି ଯନ୍ତ୍ର ମାଧ୍ୟମରେ ସଚେତନ ମଧ୍ୟ କରା ଯାଇଥିଲା। ହେଲେ ଗ୍ରୀଷ୍ମ ଋତୁ ପୂର୍ବରୁ ବନ ବିଭାଗ ପକ୍ଷରୁ ପୁଣି ଥରେ ଜଙ୍ଗଲ ସୁରକ୍ଷା ଓ ଜଙ୍ଗଲ ନିଆଁ ସଚେତନ କାର୍ଯ୍ୟକ୍ରମ କରିବା ସହିତ ଡ଼ାକବାଜି ଯନ୍ତ୍ର ଯୋଗେ ଗାଁ ଗାଁରେ ସଚେତନତା କାର୍ଯ୍ୟକ୍ରମ କରିବା ଜରୁରୀ ଥିବା ଅଞ୍ଚଳର ବୁଦ୍ଧିଜୀବୀ ମହଲରେ ଆଲୋଚନା କରୁଥିବା ପ୍ରକାଶ ପାଇଛି।

ad-week
Leave A Reply

Your email address will not be published.