ବ୍ରାହ୍ମଣୀଗାଁ ଥାନାରେ ୭୪ତମ ସାଧାରଣତନ୍ତ୍ର ଦିବସ ପାଳନ ସହିତ ବୃକ୍ଷ ରୋପଣ…

add-all

ଦାରିଙ୍ଗବାଡି, ୨୬/୦୧, କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନାରେ ୭୪ତମ ସାଧାରଣତନ୍ତ୍ର ଦିବସ ପାଳନ ହୋଇଛି। ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ଥାନା ଧିକାରୀ ଚାପଧାରୀ ପ୍ରଧାନ,ଏସ ଆଇ ଅମରେନ୍ଦ୍ର ସୁବୁଦ୍ଧି, ଏଏସାଇ ରମାକାନ୍ତ ସେଠି,ଏଏସାଇ ଶଙ୍କର ୱାଡାକା, ପୋଲିସ ଫୋର୍ସ, ଗୃହରଖି ଓ ସମସ୍ତ କର୍ମଚାରୀ ଗଣ ଖାକି ପୋଷାକ ପରିଧାନ କରି ଥାନା ପରିସରରେ ନିର୍ଦ୍ଧାରିତ ସମୟରେ ଉପସ୍ଥିତ ରହି ପତାକା ଉତ୍ତୋଳନ କରି ଥିବା ଦେଖିବାକୁ ମିଳିଛି। ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ଶେଷରେ ଥାନା ଅଧିକାରୀଙ୍କ ସହିତ ସମସ୍ତ କର୍ମଚାରୀ ଥାନା ପରିସରରେ ବୃକ୍ଷ ରୋପଣ କରିଥିବା ଦେଖିବାକୁ ମିଳିଛି। ୭୪ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ଥାନା ପକ୍ଷରୁ ବୃକ୍ଷ ରୋପଣ କରାଯାଇଥିବାରୁ ଅଞ୍ଚଳର ବୁଦ୍ଧିଜୀବି ମହଲରେ ଭୁୟସୀ ପ୍ରଶଂସା କରାଯାଇଛି। ଥାନା ପକ୍ଷରୁ ବ୍ରାହ୍ମଣୀଗାଁ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ, ପ୍ରଭାତୀ ତାରା ବାଳିକା ଉଛ ବିଦ୍ୟାଳୟ, ସରସ୍ୱତୀ ଶିଶୁମନ୍ଦିର ସମେତ ସମସ୍ତ ବିଦ୍ୟାଳର ଛାତ୍ର ଛାତ୍ରୀଙ୍କୁ ମିଠେଇ ବଣ୍ଟନ କରାଯାଇଛି।

ad-week
Leave A Reply

Your email address will not be published.