ଫୁଲବାଣୀ ଓକିଲ ସଂଘ ପକ୍ଷରୁ ୭୪ ତମ ସାଧାରଣତନ୍ତ୍ର ଦିବସ ପାଳିତ

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଫୁଲବାଣୀ ଓକିଲ ସଂଘ ପକ୍ଷରୁ ସଂଘର ସଭାପତି ବିଜୟ କୁମାର ମହାନ୍ତିଙ୍କ ସଭାପତିତ୍ବରେ ୭୪ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି l ଏହି ଅବସରରେ ସଂଘ ସଭାପତି ଆଜିର ଦିନଟି ଆମ ଭାରତ 26 ଜାନୁଆରୀ 1950ରେ ଭାରତର ସମ୍ବିଧାନ କାର୍ଯ୍ୟକାରୀ ହେଲା ସେହି ଦିନକୁ ଚିହ୍ନିତ କରେ ଏବଂ ପାଳନ କରେ। ଏହା ଭାରତ ସରକାରଙ୍କ ଅଧିନିୟମ 1935 କୁ ଭାରତର ଶାସକ ଦଲିଲ ଭାବରେ ବଦଳାଇଲା, ଯାହାଦ୍ୱାରା ଦେଶକୁ ଏକ ଗଣତନ୍ତ୍ରରେ ପରିଣତ କରାଗଲା। ବ୍ରିଟିଶ ରାଜ ସମ୍ବିଧାନିକ ଭାବେ ସମୁର୍ଣ୍ଣ ରୂପେ ଆମ ଦେଶରୁ ଅପସରି ଯାଇଥିଲା ବୋଲି ବକ୍ତବ୍ୟ ରଖିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ସମ୍ପାଦକ ଦୂର୍ଗା ଶଙ୍କର ପଟ୍ଟନାୟକ, ବରିଷ୍ଠ ଆଇନଜିବୀ ଚନ୍ଦ୍ର ଶେଖର ମିଶ୍ର,ଭି ଭି ରାମ ଦାଶ,ବନମାଳୀ ବେହେରା,ହରିଶ୍ଚନ୍ଦ୍ର ମହାରଣାଙ୍କ ସମେତ ଓକିଲ ସଂଘର ଅନ୍ୟ ସଦସ୍ଯ ମାନେ ଉପସ୍ଥିତ ଥିଲେ l

ad-week
Leave A Reply

Your email address will not be published.