ଜିଲ୍ଲା ପ୍ରଶାସନ ଓ ଛତ୍ରପୁର ପ୍ରେସକ୍ଲବ ମଧ୍ୟରେ ବନ୍ଧୁତାପୂର୍ଣ୍ଣ କ୍ରିକେଟ ମ୍ୟାଚ

add-all

ଛତ୍ରପୁର : ସ୍ଥାନୀୟ ଷ୍ଟାଡିୟମ ଠାରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ଛତ୍ରପୁର ପ୍ରେସ କ୍ଲବ ମଧ୍ୟରେ ଏକ ଦିନିକିଆ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ୧୨ ଓଭର କୁ ନେଇ ଦୁଇ ଦଳ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ବିଜୟ ହାସଲ କରିଛି । ଗଞ୍ଜାମ ଜିଲ୍ଲା ପ୍ରଶାସନ ଦଳ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ଅଧିନାୟକ ଦାୟିତ୍ୱ ତୁଲାଇଥିବା ବେଳେ ଛତ୍ରପୁର ପ୍ରେସ କ୍ଲବ ପକ୍ଷରୁ ଉପଦେଷ୍ଠା ବସନ୍ତ କୁମାର ମହାରଣା ଅଧିନାୟକ ଏବଂ କାର୍ଯ୍ୟକାରୀ ସଦସ୍ୟ ସନ୍ତୋଷ ମିଶ୍ର ଉପଅଧିନାୟକ ଭାବେ ଦାୟିତ୍ୱ ତୁଲାଇଥିଲେ । ଛତ୍ରପୁର ପ୍ରେସ୍ କ୍ଲବ ପ୍ରଥମେ ଟଚ୍ ଜିତି ବ୍ୟାଟିଂ କରି ୧୧୦ ରନ୍ କରିଥିବା ବେଳେ ଗଞ୍ଜାମ ଜିଲ୍ଲା ପ୍ରଶାସନ ୧୧୧ ରନ୍ କରି ବିଜୟ ହାସଲ କରିଛି ।

ad-week
Leave A Reply

Your email address will not be published.