ପ୍ରଧାନମନ୍ତ୍ରୀ ଆବାସ ତାଲିକାରେ ବ୍ୟାପକ ଅନିୟମିତତା ନେଇ ବିଜେପି ପକ୍ଷରୁ ସ୍ମାରକ ପତ୍ର…

add-all

ଛତ୍ରପୁର : ପ୍ରଧାନମନ୍ତ୍ରୀ ଆବାସ ତାଲିକା ରେ ବ୍ୟାପକ ଅନିୟମିତତା, ଅଯୋଗ୍ୟ ହିତାଧିକାରୀଙ୍କୁ ତାଲିକାରୁ ବାଦ ଦେବା ଏବଂ ଯୋଗ୍ୟ ହିତାଧିକାରୀଙ୍କୁ ଘର ପ୍ରଦାନ କରିବା ଦାବୀ ନେଇ ଶୁକ୍ରବାର ଭାରତୀୟ ଜନତା ପାର୍ଟି ଛତ୍ରପୁର ନିର୍ବାଚନ ମଣ୍ଡଳୀ ପକ୍ଷରୁ ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ପ୍ରଶାନ୍ତ କୁମାର କରଙ୍କ ନେତୃତ୍ୱ ରେ ଛତ୍ରପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏବିଡ଼ିଓ ଜୟଶ୍ରୀ ନାୟକ ଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି l ଆସନ୍ତା 31 ତାରିଖ ଦିନ ସଠିକ ଭାବରେ ହିତାଧିକାରୀଙ୍କ ତାଲିକା କୁ ପ୍ରକାଶ କରିବା ପାଇଁ ସେମାନେ ଦାବି କରିଛନ୍ତି l ନଚେତ ଆଗାମୀ ଦିନରେ ଏକ ବଡ଼ ଧରଣର ଆନ୍ଦୋଳନ କରାଯିବାକୁ ସେମାନେ ଚେତାବନୀ ଦେଇଛନ୍ତି l ଏଥିରେ ରେ ପୂର୍ବତନ ଗଞ୍ଜାମ ଜିଲ୍ଲା ସମ୍ପାଦକ କୃଷ୍ଣ ଚନ୍ଦ୍ର ନାୟକ, ଛତ୍ରପୁର ନିର୍ବାଚନ ମଣ୍ଡଳୀ ସଂଯୋଜକ ବସନ୍ତ କୁମାର ବେହେରା, କେ. ଚନ୍ଦ୍ର ଶେଖର ରେଡ୍ଡୀ, ଗାଣ୍ଡୁ ଧର ଗୌଡ଼, ଡ଼ି. ସୁରେଶ ରେଡ୍ଡୀ, ବିଜୟ ମୁଦୁଲି, ମହିଳା ନେତ୍ରୀ ପାର୍ବତୀ ବେହେରା ଓ ଡ଼ି. କେ ରାଓଙ୍କ ସମେତ ବହୁ ଦଳୀୟ କର୍ମୀ ଓ ନେତା ମାନେ ଉପସ୍ଥିତ ଥିଲେ l

ad-week
Leave A Reply

Your email address will not be published.