ବ୍ରାହ୍ମଣୀଗାଁସ୍ଥିତ ସରକାରୀ ବେସରକାରୀ ଅନୁଷ୍ଠାନରେ ସାଧାରଣତନ୍ତ୍ର ଦିବସ ପାଳିତ

add-all

ଦାରିଙ୍ଗବାଡି ତା:୨୭/୦୧ କନ୍ଧମାଳ ଜିଲ୍ଲା
ବ୍ରାହ୍ମଣୀଗାଁ ଥାନା ଅଞ୍ଚଳର ବିଭିନ୍ନ ସରକାରୀ, ବେସରକାରୀ ଅନୁଷ୍ଠାନ ଓ ଶିକ୍ଷା ଅନୁଷ୍ଠାନ ମାନଙ୍କରେ ଶାନ୍ତି ଶୃଙ୍ଖଳାର ସହ ୭୪ତମ ସାଧାରଣ ତନ୍ତ୍ର ଦିବସ ପାଳନ କରାଯାଇ
ଥିବା ଜଣା ପଡ଼ିଛି। ଏହି ଅବସରରେ ସ୍ଥାନୀୟ ଋଷିମାଳ ମହାବିଦ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ଯୁକ୍ତ ଦୁଇର ଅଧ୍ୟକ୍ଷ ଦେବରାଜ ବଳିଆର ସିଂ ପତାକା ଉତ୍ତୋଳନ କରିଥିବା ବେଳେ ଯୁକ୍ତ ତିନି ଅଧ୍ୟକ୍ଷ ଭାସ୍କର ଚରଣ ନାୟକ ସାଧାରଣ ତନ୍ମ ଦିବସର ମାହାତ୍ମ୍ୟ ସମ୍ପର୍କ ରେ ବକ୍ତବ୍ୟ ରଖି ଥିଲେ। ସେହିପରି ପ୍ରଭାତୀ ତାରା ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପ୍ରସନ୍ନା ସ୍ବାଲ ସିଂ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ର ଉପ ସଭାପତି ଫାଦର ରବି ସଭା ସୁନ୍ଦର ମୁଖ୍ୟ ଅତିଥ୍‌ ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ, ବିଦ୍ୟାଳୟରଛାତ୍ରୀ ମାନଙ୍କ ଦ୍ବାରା ପ୍ୟାରେଡ୍ ଓ ଦେଶାତ୍ମକ ବୋଧ ନୃତ୍ୟ ଓ ଜାତୀୟ ସଙ୍ଗୀତ ପରିବେଷଣ କରାଯାଇଥିଲା, ଥାନା ଅଧିକାରୀ ଚାପ ଧାରୀ ପ୍ରଧାନ ଙ୍କ ଅଧ୍ୟକ୍ଷତା ରେ ବ୍ରାହ୍ମଣୀଗାଁ
ପୋଲିସ ବାହିନୀ ପକ୍ଷରୁ ମଧ୍ୟ ପତାକା ଉତ୍ତୋଳନ କରି ଜାତୀୟ ପତାକା କୁ ପ୍ରଦର୍ଶନ କରାଯାଇଥିଲା, ପଞ୍ଚାୟତ କାର୍ଯ୍ୟଳୟ, ଆମଗାଁ ଏନଜିଓ, ସରକାରୀ ଉଚ୍ଚ ବିଦ୍ୟାଳୟ, ପ୍ରାଥମିକ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, କିରମା ହାଟ ପଦା ପ୍ରାଥମିକ ବିଦ୍ୟାଳୟ,ସରସ୍ବତୀ ଶିଶୁ ମନ୍ଦିର, ସେଣ୍ଟ ଯୋହନ ଇଂରାଜୀ ମାଧ୍ଯମ ବିଦ୍ୟାଳୟ, ବନବିଭାଗ କାର୍ଯ୍ୟାଳୟ ଆଦି ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନଙ୍କରେ ପତାକା ଉତ୍ତୋଳନ କରି ଜାତୀୟ ପତାକା କୁ ଭକ୍ତି ପୂତ ସମ୍ମାନ ପ୍ରଦର୍ଶନ କରାଯାଇଥିବା ପ୍ରକାଶ ପାଇଛି।

ad-week
Leave A Reply

Your email address will not be published.