୩୬ ତମ ବାର୍ଷିକ ଗୁରୁତୀର୍ଥ ମହୋତ୍ସବ…

add-all

ଫିରିଙ୍ଗିଆ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଭୃଙ୍ଗିଯୋଡି ଶ୍ରାମ୍ବୁରାହା ଗୁରୁ ଗୋବିନ୍ଦ ମନ୍ଦିର ଶୁଣ୍ଢିଗାଁ ଗୁରୁଗୋବିନ୍ଦ କ୍ଷେତ୍ର ଠାରେ ୩୬ ତମ ବାର୍ଷିକ ଗୁରୁତୀର୍ଥ ମହୋତ୍ସବ ଅନୁଷ୍ଠିତ । ପ୍ରଥମ ଦିନ ବୁଧବାର ଗୁରୁ ମାଁ କୁନ୍ତଳା ଦେବୀଙ୍କ ଶୁଭାଗମନ, ଗୁରୁବାର ଶରସ୍ବତୀ ପୂଜା ପରେ କଳସ ଯାତ୍ରା ସହ କଳସ ସ୍ଥାପନ କରାଯାଇଥିଲା । ଶୁକ୍ରବାର ସକାଳ ୧୦ ସମୟରେ ସୂର୍ଯ୍ୟ ପୂଜା ,ଯଜ୍ଞ ମଣ୍ଡପ ପ୍ରତିଷ୍ଠା,ଗୁରୁ ଦେବଙ୍କ ସ୍କୃତି ମଣ୍ଡପ ପ୍ରତିଷ୍ଠା , ଗୀତା ଯଜ୍ଞ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୭ଟା ସମୟ ସତସଙ୍ଗ୍ ସହ ପ୍ରବଚନ କାର୍ଯ୍ୟକ୍ରମ ରହିଛି । ଶନିବାର ସକାଳ ୧୦ ସମୟରେ ନାମ ସଂର୍କୀତ୍ତ ପରେ ଗୀତା ଯଜ୍ଞ ପୂର୍ଣ୍ଣାହୁତି ପରେ ସନ୍ଧ୍ୟା ସମୟରେ ନାମ ଯଜ୍ଞ ନାମ ସଂର୍କୀତ୍ତ କାର୍ଯ୍ୟକ୍ରମ ରହିଥିବାବେଳେ ରବିବାର କଳସ ବିସର୍ଜନ,ସହ ଧାରାଧାରୀଙ୍କ ବାର୍ଷିକ ଉତ୍ସବ ରହିଛି । ସୋମବାର ଦିନ ବନ ପଦଯାତ୍ରା କାର୍ଯ୍ୟକ୍ରମ ରହିଛି । ।

ଏହି ବିଶ୍ଵ ଶାନ୍ତି ଗୀତା ଯଜ୍ଞ ଆରମ୍ଭ କରିଥିଲେ ଠାକୁର ଶ୍ରୀ ଶ୍ରୀ କେଶବ ନାରାୟଣ ନିର୍ଦେଶନାରେ ଶୁଣ୍ଢିଗାଁ,ଶ୍ରାମ୍ବୁରାହା ଠାରେ ଦିର୍ଘ ୨୦ ବର୍ଷ ହେବ ବିଶ୍ଵ ଶାନ୍ତି ଗୀତା ଯଜ୍ଞ ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ବିଶ୍ଵ ଶାନ୍ତି ଗୀତା ଯଜ୍ଞ ମୁଖ୍ୟ ପୁରହିତ ଚକାପାଦ ର ବିବେକାନନ୍ଦ ମିଶ୍ର,ସହୋଯଗ ଭୁଲେଶ୍ଵର ନନ୍ଦ, ପୂଜାର୍ଚ୍ଚନା କରିଥିଲେ ।ଏହି ଯଜ୍ଞରେ ସହୋଯଗ କରି ଶୁଣ୍ଢିଗାଁ ଭକ୍ତ ବୃନ୍ଦ । ଅଞ୍ଚଳ ବାପା ମା ଭକ୍ତ ବୃନ୍ଦ ଏକତ୍ରିତ ହୋଇ ଗୀତା ଯଜ୍ଞ ଭାଗନେଇ ହୁଳହୁଳି ସହ ଉପବାସ କରି ଓଷା ବ୍ରତ ପାଳନ କରିବା ସହ ଭଗବାନଙ୍କ ଠାରେ ପ୍ରାର୍ଥନା ସହ ବହୁତ ଦୂରଦୂରାନ୍ତରୁ ଭକ୍ତ ଏହି ବିଶ୍ଵ ଶାନ୍ତି ଗୀତା ଯଜ୍ଞ ରେ ଯୋଗଦାନ କରିଥିଲେ । ଏହି ଗୁରୁ ଗୋବିନ୍ଦ କ୍ଷେତ୍ରରେ ଆୟୋଜନ କରିଥିଲେ ସଜ୍ଜନ ସତୀର୍ଥ ପରିବାର ବର୍ଗ ।

ad-week
Leave A Reply

Your email address will not be published.