ନବରଙ୍ଗପୁର ଜିଲ୍ଲା ଭାରତୀୟ ଜନତା ପାର୍ଟିର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ…

add-all

ନବରଙ୍ଗପୁର : ପାପଡାହାଣ୍ଡି ହରିଣ ଉଦ୍ୟାନ ନିକଟରେ ନବରଙ୍ଗପୁର ଜିଲ୍ଲା ଭାରତୀୟ ଜନତା ପାର୍ଟିର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା। ପୂର୍ବ କାର୍ଯ୍ୟକାରିଣୀ ର ଚିଠା ପ୍ରସ୍ତାବ ପାଠ କରାଯିବା ସହ ଆଜି ଅନୁଷ୍ଠିତ କାର୍ଯ୍ୟକାରୀଣି ର ଚିଠା ପ୍ରସ୍ତାବ ପାରିତ କରା ଗଲା।ଆଗାମି ନିର୍ବାଚନ ପାଇଁ ରଣନିତୀ ପ୍ରସ୍ତୁତ କରିବା , କେନ୍ଦ୍ର ର ସମସ୍ତ ନିର୍ଦ୍ଦେଶ କୁ ବୁଥ୍ ସ୍ତରରେ କାର୍ଯ୍ୟକାରୀ କରିବା, କେନ୍ଦ୍ର ସରକାର ଙ୍କ ସମସ୍ତ ଜନହିତକର ଯୋଜନା ବିଷୟରେ ଲୋକଙ୍କୁ ଅବଗତ କରାଇବା ଉପରେ ଗୁରୁତ୍ବ ଦେବାକୁ ଆଲୋଚନା ହୋଇଥିଲା । ଓଡ଼ିଶାର ସମସ୍ତ ପରିବାର କୁ ଛାତ ଯୋଗାଇ ଦେବା ଉଦ୍ଧେଶ୍ୟରେ ୯ଲକ୍ଷ ୫୮ ହଜାର ପ୍ରଧାନମନ୍ତ୍ରୀ ଆବାସ ଗୃହ ଯୋଗାଇ ଦେଇ ଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଅର୍ପଣ କରା ଯାଇଥିଲା ଏବଂ ଜଣେ ବି ଯୋଗ୍ୟ ହିତାଧିକାରୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବଞ୍ଚିତ ନ ହେବା ଦିଗରେ ଚେଷ୍ଟିତ ରହିବାକୁ ସମସ୍ତ କାର୍ଯ୍ୟକର୍ତ୍ତା ଅବଗତ କରା ଯାଇଥିଲା।ଆଗାମି ଜାନୁଆରୀ ୩୧ ତାରିଖ ରୁ ହିତାଧିକାରୀ ଚୟନ ରେ ଚଞ୍ଚକତା ବିରୋଧ ରେ ପ୍ରତିବାଦ ସ୍ୱରୂପ ବ୍ଲକ ଅଫିସ ଘେରାଉ କରି ଗରୀବ ନିରୀହ ଙ୍କ ହକ ଛଡ଼ାଇ ଆଣିବାକୁ କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଛି।
ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଶ୍ରୀ ଜଗଦିଶ ବିଷୋୟୀ ସଭାପତିତ୍ବ କରିଥିଲେ ଅତିଥି ଭାବେ ବିଗତ ଦିନରେ ଝାରଖଣ୍ଡ ରାଜ୍ୟ ପ୍ରଭାରୀ ରହି ଭାରତୀୟ ଜନତା ପାର୍ଟି କୁ ସରକାର ଗଢିବାରେ ମୂଖ୍ୟ ଭୂମିକା ନିର୍ବାହ କରିଥିବା ଶ୍ରୀ ରଞ୍ଜନ ପଟେଲ, ବିଧାୟକ ଉମରକୋଟ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ପୂର୍ବତନ ସାଂସଦ ଶ୍ରୀ ପର୍ଶୁରାମ ମାଝୀ, ଲୋକସଭା ପ୍ରଭାରୀ ଶ୍ରୀ ମନିଜର ଆର୍ଯ୍ୟ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଗୌରୀଶଙ୍କର ମାଝୀ, ଶ୍ରୀ ଆଶୋକ ପାଢ଼ୀ ଜିଲ୍ଲା ସାଧାରଣ ସମ୍ପାଦକ,ଅଚ୍ୱତା ନନ୍ଦ ବିଷୋୟୀ, ଜିଲ୍ଲା ସାଧାରଣ ସମ୍ପାଦକ,ଉପ ସଭାପତି ସନାତନ ତ୍ରିପାଠୀ, ଶ୍ରୀମତୀ କିଶୋରୀ ପଟ୍ଟନାୟକ, ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ ସର୍ମିଷ୍ଟା ଦେଓ, କାହ୍ନୁ ଦାସ, ସନ୍ତୋଷ ପାତ୍ର,ଦିପୁନ ପାଣିଗ୍ରାହୀ,ଜିଲା ଯୁବମୋର୍ଚ୍ଚା ସଭାପତି ଶ୍ରୀ ଚନ୍ଦ୍ରଭାନୁ ନାୟକ, ଦୈତାରି ମାଝୀ, ଜ୍ୟୋତି ରଞ୍ଜନ କଂସ ,ସୁଭମ ଚୌଧୁରୀ, ସୁବ୍ରତ ମିଶ୍ର, ସରୋଜ ବେହେରା, ଶ୍ରୀ ସତୀ ବାସନ୍ତୀ ମାଝୀ, ସଂଖ୍ୟା ଲଘୁ ମୋର୍ଚ୍ଚା ଜିଲ୍ଲା ସଭାପତି ଶ୍ରୀ ପବିତ୍ର ଗରଡା, ନଗର ମଣ୍ଡଳ ସଭାପତି ଶ୍ରୀ ଶ୍ରୀଧର ପାତ୍ର,ପିଣ୍ଟୁ ମିଶ୍ର, ଜିଲ୍ଲା ମିଡିଆ ପ୍ରଭାରୀ,ଦେବଦାସ ମହାଙ୍କୁଡ ସହ ଜିଲ୍ଲା ର ଶହସ୍ରାଧିକ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ।ସଭା ଶେଷରେ ସଭାପତି ଙ୍କୁ ଧନ୍ୟବାଦ ପୂର୍ବକ ସଭା ସାଙ୍ଗ ହୋଇ ଥିଲା।

ad-week
Leave A Reply

Your email address will not be published.