ସୁବାଷ ବୋଷ ଛକ ନିକଟରେ ଗାଡ଼ି ପର୍କିଙ୍ଗ ଓ ଶୌଚାଳୟ ଉଦ୍ଘାଟନ ପରେ ଵି ତାଲା : ଅଭିଯୋଗ ଆଣିଲା ଜିଲ୍ଲା କଂଗ୍ରେସ…

add-all

ମାଲକାନଗିରି : ମାଲକାନଗିରି ଆଜି ଜିଲ୍ଲା ସଦର ସୁବାଷ ବୋଷ ଛକ ନିକଟରେ ପୌରପରିଷଦ ତରଫରୁ ଜନସାଧାରଣଙ୍କ ସୁବିଧା ନିମନ୍ତେ ଗାଡ଼ି ପର୍କିଙ୍ଗ ଓ ଶୌଚାଳୟ ର ବ୍ୟବସ୍ଥା କରାଯାଇଛି। କାମ ସରିବା ମାସ ମାସ ପରେ ମଧ୍ୟ ଏହି ପର୍କିଙ୍ଗ ସ୍ଥାନଟି ଜନସାଧାରଣଙ୍କ ପାଇଁ ଖୋଲାଯାଇପାରୁ ନଥିବାରୁ ଏହାକୁ ବିରୋଧ କରି ଜିଲ୍ଲା କଂଗ୍ରେସ ତରଫରୁ ପୌରପରିଷଦ ନିକଟରେ ଅଭିଯୋଗ କରିବା ପରେ ଜାନୁଆରୀ ୨୫ ତାରିଖରେ ମାନ୍ୟବର ସାଂସଦ ରମେଶ ମଝି ଏହି ପାର୍କିଙ୍ଗ ସ୍ଥାନଟିକୁ ଉଦଘାଟନ କରିଥିଲେ।ହେଲେ ଉଦ୍ଘାଟନ ପରେ ମଧ୍ୟ କାହିଁକି ସର୍ବସାଧାରଣଙ୍କ ପାଇଁ ଏହି ପାର୍କିଙ୍ଗ ଖୋଲା ନ ଯାଇ ତାଲା ପକାଇ ରଖା ଯାଇଛି ଏହାକୁ ନେଇ ଜିଲ୍ଲା କଂଗ୍ରେସ ପ୍ରଶ୍ନ କରିଛି। ପାର୍କିଙ୍ଗ ବନ୍ଦ ଥିବା ଯୋଗୁ ଲୋକ ଗାଡ଼ି ରାସ୍ତା କଡ଼ରେ ରଖିବା ଦ୍ୱାରା ଲୋକଙ୍କୁ ଫାଇନ ଦେବାକୁ ପଡୁଛି ଯାହାଫଳରେ ଦୋକାନି ଓ ଜନସାଧାରଣ ନାହିଁନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଉଦ୍ଘାଟନ ପରେ ମଧ୍ୟ କାହିଁକି ପାର୍କିଙ୍ଗ ତାଲା ପକାଇ ବନ୍ଦ ରଖାଯାଇଛି କାହା ସ୍ୱାର୍ଥ ପାଇଁ ଏହି ପାର୍କିଙ୍ଗ ସ୍ଥାନଟି କରାଯାଇଛି ଏହାକୁ ନେଇ ପ୍ରଶ୍ନ କରିଛି ମାଲକାନଗିରି ଜିଲ୍ଲା କଂଗ୍ରେସ ଦଳ । ଆଗାମୀ ୨୪ ଘଣ୍ଟା ଭିତରେ ପାର୍କିଙ୍ଗ ସ୍ଥାନରେ ପଡିଥିବା ତାଲା ଜନସାଧାରଣଙ୍କ ପାଇଁ ଖୋଲାନ ଯାଏ ତାହାଲେ ତାଲା ଭାଙ୍ଗି ପାର୍କିଙ୍ଗ ଭିତରେ ପ୍ରବେଶ କରିବେ ବୋଲି ଜିଲ୍ଲା କଂଗ୍ରେସ ତରଫରୁ ଚେତାବନୀ ଦେଇଛନ୍ତି ।

ad-week
Leave A Reply

Your email address will not be published.