ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳି ମାଡ଼ : ମନ୍ତ୍ରୀ ଙ୍କୁ ଗୁଳି କରିଛି ପୋଲିସ

add-all


ବ୍ରଜରାଜନଗର -୨୯/୦୧/୨୩ ପ୍ରାପ୍ତ ସୂଚନା ଅନୁଯାୟୀ ଏକ କାର୍ଯ୍ୟକ୍ରମରେ ଯୋଗଦାନ କରିବା ପାଇଁ ବ୍ରଜରାଜନଗର ଯାଇଥିବା ସମୟରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଅତର୍କିତ ଭାବେ ଗୁଳିମାଡ଼ର ଶିକାର ହୋଇଛନ୍ତି। ଏ.ଏସ.ଆଇ ଗୋପାଳ ଦାସ ଘଟାଇଛନ୍ତି ଏହି ଘଟଣା। ଚାରି ରୁ ପାଞ୍ଚ ରାଉଣ୍ଡ ଗୁଳି ଚାଳନା କରା ଯାଇଥିବା ସୂଚନାରୁ ଜଣା ପଡ଼ିଛି। ଯାହାକି ନବଦାସଙ୍କ ଛାତିରେ ବାଜିଛି ଗୁଳି, ଗୁଳିମାଡ଼ର କାରଣ ଏ ଯାଏଁ ଜଣା ପଡିନାହିଁ। ଭୁବନେଶ୍ୱର ଆପୋଲୋ ହସ୍ପିଟାଲ୍ କୁ ତାଙ୍କୁ ଏଆର୍ ଲିଫ୍ଟ କରାଯିବ ବୋଲି ଏବେ ସଦ୍ୟ ସୂଚନା ପାପ୍ତ ହୋଇଛି। ସୂଚନା ଥାଉକି ଅଞ୍ଚଳ ରେ ଉତ୍ତେଜନା ଲାଗିରହିଛି l ପରିସ୍ଥିତି କୁ ନେଇ ତୀକ୍ଷ୍ଣ ଦୃଷ୍ଟି ରଖିଛି ପୋଲିସ ପ୍ରଶାସନ l
ବିଶ୍ୱରଂଜନ ହୋତା
ସୁନ୍ଦରଗଡ଼

ad-week
Leave A Reply

Your email address will not be published.