ଧନୀ ତାଲିକାରେ ଆଦାନୀ ତଳକୁ ଖସିଲେ…

add-all

ନୂଅଦିଲ୍ଲୀ : ବହୁ ଚର୍ଚ୍ଚିତ ହିଡେନବର୍ଗ ରିପୋର୍ଟ ଓ ଏସିଆର ସବୁଠୁ ବଡ଼ ଧନୀ ବ୍ୟବସାୟୀ ଗୌତମ ଆଦାନୀଙ୍କ ସମ୍ପତ୍ତି ପରିମାଣ ଖସିବାକୁ ନେଇ ସାରା ଦେଶରେ ଏବେ ଚର୍ଚ୍ଚା ଜୋର ଧରିଛି। ୨ ଦିନ ଭିତରେ ବିଶ୍ୱର ଧନୀ ତାଲିକାରେ ୩ ନମ୍ବର ସ୍ଥାନରୁ ୭ ନମ୍ବର ସ୍ଥାନକୁ ଖସି ଆସିଛନ୍ତି ଆଦାନୀ। ତାଙ୍କ ସମ୍ପତ୍ତିର ପରିମାଣ ୨୨ ଦଶମିକ ୫ ମିଲିୟନ ଡଲାର ହ୍ରାସ ପାଇଛି।

ହିଡେନବର୍ଗ ରିପୋର୍ଟରେ ଦର୍ଶାଯାଇଛି ଯେ, ଆଦାନୀ ଗ୍ରୁପ୍ ଷ୍ଟକ୍ ମ୍ୟାନିପୁଲେଟ୍ କରିଛି। ମ୍ୟାନିପୁଲେଟ୍ କରି କମ୍ପାନୀର ଧନୀ ତାଲିକାର ଉପରକୁ ଯାଇଛି। ଯାହା ଦୀର୍ଘଦିନ ଧରି ଚାଲି ଆସିଥିବା ରିପୋର୍ଟରେ ଦର୍ଶାଇଛି ହିଡେନବର୍ଗ। ଗତ ୨ ବର୍ଷର ଅନୁସନ୍ଧାନ ପରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ବିଶ୍ୱର ଧନୀ ତାଲିକାରେ ଆଦାନୀ ଦ୍ରୁତ ଗତିରେ ଉପରକୁ ଉଠୁଥିଲେ। ଗତ ସେପ୍ଟେମ୍ବରରେ ଏସିଆର ସବୁଠୁ ଧନୀ ବ୍ୟକ୍ତିର ମାନ୍ୟତା ବି ପାଇଥିଲେ।

ଗତ ଏପ୍ରିଲରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇ ତାଙ୍କର ନେଟ୍ଓ୍ୱର୍ଥ ଶହେ ବିଲିୟନ ଡଲାର ଟପିଥିଲା। ପରେ ବିଲ୍ ଗେଟ୍ସଙ୍କୁ ମଧ୍ୟ ପଛରେ ପକାଇଦେବା ସହ ଅଗଷ୍ଟରେ ତୃତୀୟ ସ୍ଥାନକୁ ଉଠିଥିଲେ। ଆଉ ଏବେ ଷ୍ଟକ ମ୍ୟାନିପୁଲେସନ୍ ନେଇ ହିଡେନ୍‌ବର୍ଗର ରିପୋର୍ଟ ପରେ ଧନୀ ତାଲିକାରେ ତୃତୀୟରୁ ସପ୍ତମ ସ୍ଥାନକୁ ଖସିଛନ୍ତି ଆଦାନୀ। ଏହାକୁ ନେଇ ଆରମ୍ଭ ହୋଇଛି ରାଜନୀତି। କଂଗ୍ରେସ ଷ୍ଟକ୍ ମ୍ୟାନିପୁଲେସନ୍ ରିପୋର୍ଟର ତଦନ୍ତ କରିବାକୁ ଦାବି କରିଥିବାବେଳେ ସମସ୍ତ ଅଭିଯୋଗକୁ ଆଦାନୀ ଗ୍ରୁପ୍ ପକ୍ଷରୁ ଖଣ୍ଡନ କରାଯାଇଛି।

ad-week
Leave A Reply

Your email address will not be published.