ମଦନୀତିକୁ ଅଧିକ କଠୋର କରାଯାଉ ଦାବୀ କରି ଉମାଭାରତୀଙ୍କ ଡ଼େରା…

add-all

ଭୋପାଳ : କଠୋର ମଦନୀତି ଦାବିରେ ଅଡ଼ି ବସିଲେ ବିଜେପିର ବରିଷ୍ଠ ନେତ୍ରୀ ଉମା ଭାରତୀ। ମଧ୍ୟପ୍ରଦେଶ ସରକାରଙ୍କ ଆଉ ଦିନକ ପରେ ଆସିବାକୁ ଥିବା ନୂଆ ମଦନୀତି ପୂର୍ବରୁ ମନ୍ଦିରରେ ଡ଼େରା ପକାଇଲେ ବିଜେପି ନେତ୍ରୀ। ଭୋପାଲ ସ୍ଥିତ ଏକ ମନ୍ଦିରରେ ସେ ଧାରଣା ଦେଇଛନ୍ତି। ଆସନ୍ତା ଜାନୁଆରୀ ୩୧ ଯାଏଁ ସେ ଏହି ମନ୍ଦିରରେ ରହିବେ।
ମଧ୍ୟପ୍ରଦେଶ ସରକାର ରାଜ୍ୟରେ ନୂଆ ମଦନୀତି ଆଣିବାକୁ ଯାଉଥିବା ନିକଟରେ ଘୋଷଣା କରିଛନ୍ତି। ତେବେ ଏହା ପୂର୍ବରୁ ଏହି ମଦନୀତିକୁ ଅଧିକ କଠୋର କରାଯାଉ ବୋଲି ଦାବି କରିଛନ୍ତି ଉମା ଭାରତୀ। ପ୍ରତିବର୍ଷ ସରକାର ଘୋଷଣା କରୁଥିବା ମଦନୀତିରେ କିଛି ସଂଶୋଧନ କରାଯାଉ ବୋଲି ସେ ଦାବି କରିଛନ୍ତି। ଫଳରେ ନିଶାନିବାରଣ ନୀତି ପ୍ରସାର ଉପରେ ନିୟନ୍ତ୍ରଣ ରହିପାରିବ ବୋଲି ସେ କହିଛନ୍ତି।
ଶନିବାର ଅପରାହ୍ଣରେ ଉମା ଭାରତୀ ଅଯୋଧ୍ୟା ଅଞ୍ଚଳରେ ଥିବା ପଞ୍ଚମୁଖୀ ହନୁମାନ ଓ ଦୁର୍ଗା ମନ୍ଦିରରେ ପହଞ୍ଚିଥିଲେ। ସେ ଏଠାରେ ମଦନୀତି ଘୋଷଣାକୁ ଅପେକ୍ଷା କରି ଜାନୁଆରି ୩୧ ତାରିଖ ପର୍ଯ୍ୟନ୍ତ ରହିବେ ବୋଲି ଘୋଷଣା କରିଥିଲେ।
ଗୁରୁତ୍ୱପୂର୍ଣ୍ଣ କଥା ହେଲା ଉମା ଭାରତୀ ଯେଉଁ ମନ୍ଦିରରେ ଡ଼େରା ପକାଇଛନ୍ତି ତାହା ଆଗରେ ଗୋଟିଏ ମଦ ଦୋକାନ ଅଛି। ଉମା ଭାରତୀ କହିଛନ୍ତି, ଭଙ୍ଗାଯିବାକୁ ଥିବା ମଦ ଦୋକାନ ସାମନାରେ ଅଛି। ମତେ ଖୁବ୍‌ ଅସୁବିଧା ଲାଗିବାରୁ ମୁଁ ଏଠାକୁ ଆସିଛି। ଦେବୀ ଦୁର୍ଗା ଓ ପ୍ରଭୁ ହନୁମାନଙ୍କ ମନ୍ଦିର ଥିବା ଏହି ସ୍ଥାନର ମାତ୍ର ୫୦ ମିଟର ଦୂରରେ ମଦ ଦୋକାନ ଓ ବାର୍‌ ରହିଛି। ମୁଁ ସମ୍ପୂର୍ଣ୍ଣ ମଦ ନିଷେଧ ଦାବି କରୁନାହିଁ। ଯଦି ମୋ ନିୟନ୍ତ୍ରଣରେ ରାଜ୍ୟଥା’ନ୍ତ ମୁଁ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରିଥା’ନ୍ତି।
ଉମା ଭାରତୀ ଆହୁରି କହିଛନ୍ତି, ‘ମୁଖ୍ୟମନ୍ତ୍ରୀ ଶିବରାଜଜୀଙ୍କ ଉପରେ ମୋର ଅଖଣ୍ଡ ବିଶ୍ୱାସ ରହିଛି। ଜାନୁଆରି ୩୧ ତାରିଖ ଦିନ ଘୋଷଣା ହେବାକୁ ଥିବା ମଦନୀତି ନିଷ୍ପତ୍ତିକୁ ମୁଁ ଅପେକ୍ଷା କରିଛି।’
ଉଲ୍ଲେଖଯୋଗ୍ୟ, ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଦୁଇ ଦିନ ପୂର୍ବେ ୭୪ତମ ଗଣତନ୍ତ୍ର ଦିବସ ସମାରୋହରେ ଯୋଗଦେଇ ନୂଆ ମଦନୀତି ଆଣିବାକୁ ଘୋଷଣା କରିଥିଲେ।

ad-week
Leave A Reply

Your email address will not be published.