ପତ୍ନୀକୁ ହତ୍ୟା କରିବା ପରେ ନିଜକୁ ଗୁଳି କଲେ ବ୍ୟବସାୟୀ…

add-all

ଭୋପାଳ : ‘ମୋତେ କ୍ଷମା କରିବ। ଆମେ ଆଉ ବଞ୍ଚି ପାରୁନୁ। ମୋ ପିଲାଙ୍କ ପାଇଁ ନେଇଥିବା ଟଙ୍କା ଦୟାକରି ଫେରାଇ ଦେବ।’ ଏଭଳି କିଛି କହି ନିଜ ପତ୍ନୀଙ୍କୁ ଗୁଳି କରି ହତ୍ୟା କରିବା ପରେ ନିଜେ ନିଜକୁ ଗୁଳି କରିଛନ୍ତି ଜଣେ ବ୍ୟବସାୟୀ। ଏଭଳି ଏକ ଛାତିଥରା ଘଟଣା ଘଟିଛି ମଧ୍ୟପ୍ରଦେଶରେ।
ମଧ୍ୟପ୍ରଦେଶ ପନ୍ନାର କପଡ଼ା ବ୍ୟବସାୟୀ ସଞ୍ଜୟ ସେଠ। ସେ ନିଜ ପତ୍ନୀଙ୍କୁ ହତ୍ୟା କରିବା ପରେ ନିଜେ ମଧ୍ୟ ଆତ୍ମହତ୍ୟା କରିଛନ୍ତି। ତେବେ ଆତ୍ମହତ୍ୟା ପୂର୍ବରୁ ଏକ ଭିଡିଓ ଭିଡିଓ ବାର୍ତ୍ତା ଛାଡି ଯାଇଛନ୍ତି ସଞ୍ଜୟ। ଏହି ଭିଡିଓରେ ସେ କାନ୍ଦି କାନ୍ଦି ନିଜ ପିଲାମାନଙ୍କୁ କ୍ଷମା ମାଗୁଛନ୍ତି। ଏଥିସହ ଆମେ ଆଉ ବଞ୍ଚି ପାରୁନୁ କହୁଛନ୍ତି। ଯେଉଁମାନେ ତାଙ୍କଠାରୁ ଧାରଜ କରଜ ନେଇଛନ୍ତି ସେମାନଙ୍କ ନାଁ ମଧ୍ୟ ନେଇଛନ୍ତି ସଞ୍ଜୟ। ତାଙ୍କ ପିଲାମାନଙ୍କ ଭବିଷ୍ୟତ ପାଇଁ ଟଙ୍କା ଫେରାଇ ଦେବାକୁ ସେ ଭିଡିଓରେ ଋଣ ନେଇଥିବା ବ୍ୟକ୍ତିଙ୍କୁ ନିବେଦନ କରିଛନ୍ତି। ଏଥିସହ ସେ ବ୍ୟାଙ୍କ ଓ ଘରେ ରଖିଥିବା ସୁନା ଗହଣା ତଥା ନଗଦ ସମ୍ପତ୍ତି ବିଷୟରେ ବିସ୍ତୃତ ସୂଚନା ନିଜ ପିଲାଙ୍କୁ ଦେଇଛନ୍ତି।
ସୂଚନା ମୁତାବକ ସଞ୍ଜୟ ସେଠ୍‌ ନିଜ ପତ୍ନୀ ସୋନୁଙ୍କ ସହ କିଶୋରଗଞ୍ଜ ଅଞ୍ଚଳରେ ରହୁଥିଲେ। ଘଟଣା ଦିନ ଘରର ଦ୍ୱିତୀୟ ମହଲାରେ ଉଭୟ ପତି ପତ୍ନୀ ଥିଲେ। ଗୁଳି ଶବ୍ଦ ଶୁଣିବା ପରେ ପରିବାରର ଅନ୍ୟ ସଦସ୍ୟମାନେ ଉପର ମହଲାକୁ ଦୌଡି ଯାଇଥିଲେ। କିନ୍ତୁ ସେତେବେଳକୁ ପତ୍ନୀ ସୋନୁଙ୍କ ମୃତ୍ୟୁ ହୋଇସାରିଥିଲା। କିନ୍ତୁ ସଞ୍ଜୟ ଜୀବିତ ଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ ନିଆଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି।
ଏହି ଘଟଣା ସାମ୍ନାକୁ ଆସିବା ପରେ ପୂରା ସହରରେ ଆତଙ୍କ ଖେଳି ଯାଇଛି। ପୁଲିସ ଘଟଣାସ୍ଥଳରୁ ଏକ ସୁସାଇଡ୍‌ ନୋଟ୍ ମଧ୍ୟ ଜବତ କରିଛି। ସୁ-ସାଇଡ୍ ନୋଟ୍‌ ଓ ମିଳିଥିଲା ଭିଡିଓ ଆଧାରରେ ପୁଲିସ ତଦନ୍ତ ଜାରି ରଖିଛି। ସଞ୍ଜୟ ବାଗେଶ୍ୱର ଧାମ ବାବାଙ୍କର ଜଣେ ବଡ ଭକ୍ତ ମଧ୍ୟ ଥିଲେ। ଗୁରୁଜୀ ମୋତେ କ୍ଷମା କରିବ ବୋଲି ସେ ଛାଡି ଯାଇଥିବା ସୁ-ସାଇଡ୍‌ ନୋଟ୍‌ରେ ଲେଖିଥିବା ପୁଲିସ କହିଛି।

ad-week
Leave A Reply

Your email address will not be published.