
ବ୍ରହ୍ମପୁର : ମେଘାଳୟ ଠାରେ ଅନୁଷ୍ଠିତ ପୂର୍ବାଞ୍ଚଳ ଅନ୍ତଃ ବିଶ୍ଵବିଦ୍ୟାଳୟ ହେଣ୍ଡ ବଲ ପ୍ରତିଯୋଗିତାରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ମହିଳା ହେଣ୍ଡ ବଲ ଦଳ ପ୍ରଥମ ମ୍ୟାଚରେ ଏସଏନପିଭି ରାଇଘର ବିଶ୍ଵବିଦ୍ୟାଳୟକୁ 28:06 ଗୋଲ ବ୍ୟବଧାନରେ ପରାସ୍ତ କରିଥିଲେ ଏବଂ ଦ୍ୱିତୀୟ ମ୍ୟାଚରେ ରିବା ବିଶ୍ଵବିଦ୍ୟାଳୟ ଦଳକୁ ୱାକଭରରେ ଜିତି ତୃତୀୟ ରାଉଣ୍ଡରେ ପ୍ରବେଶ କରି କଲିକତା ବିଶ୍ଵବିଦ୍ୟାଳୟ ସହ ଖେଳିବା ନିମନ୍ତେ ଯୋଗ୍ୟତା ହାସଲ କରିଛନ୍ତି. ଚଳିତଥର ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ମହିଳା ହେଣ୍ଡବଲ ଦଳ ପ୍ରଥମେ ଥର ପାଇଁ ଅନ୍ତଃ ବିଶ୍ୱବିଦ୍ୟାଳୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଛନ୍ତି.ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ତରଫରୁ କେ. ଜ୍ୟୋତି ପାତ୍ର,ବର୍ଷା ସେଠି, ବର୍ଷା ବେହେରା ଓ ଗୋଲକିପର ଅଙ୍କିତା ପଟ୍ଟନାୟକ ଉର୍ନ୍ନତି ଖେଳ ପ୍ରଦର୍ଶନ କରିଥିବାରୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କ୍ରୀଡା ସମ୍ପାଦକ ପ୍ରଫେସର ଗଣେଶ ସେଠି, ରାଜେଶ ମହାନ୍ତି, ରବି ଚରଣ ମିଶ୍ର, ଏନଆଇଏସକୋଚ ପ୍ରଶାନ୍ତ କୁମାର ରଥ, ଗଞ୍ଜାମ ଜିଲ୍ଲା ହେଣ୍ଡବଲ ସମ୍ପାଦକ ସୁରେଶ ଚନ୍ଦ୍ର ପଢ଼ି ଏହି ମହିଳା ଦଳ କୁ ଶୁଭେଚ୍ଛା ଜଣାଇଛନ୍ତି.ଏହି ହେଣ୍ଡ ବଲ ଦଳରେ ଗଞ୍ଜାମ ଜିଲ୍ଲାର ବହୁ ଜାତୀୟ ଖେଳାଳି ଅଂଶ ଗ୍ରହଣ କରି ଛନ୍ତି ଏବଂ ଏନଆଇଏସ କୋଚ ତଥା ଆନ୍ତର୍ଜାତୀୟ ହେଣ୍ଡ ବଲ ରେଫେରୀ ପ୍ରଶାନ୍ତ କୁମାର ରଥଙ୍କ ଠାରୁ ପ୍ରଶିକ୍ଷଣ ନେଉଛନ୍ତି.