ଭାରତୀୟ କମ୍ୟୁନିଷ୍ଟ ପାର୍ଟି ବ୍ରହ୍ମପୁର ଆଚଂଳିକ କମିଟିର ସାଧାରଣ ପରିଷଦ ବୈଠକ…

add-all

ବ୍ରହ୍ମପୁର : ଭାରତୀୟ କମ୍ୟୁନିଷ୍ଟ ପାର୍ଟି ବ୍ରହ୍ମପୁର ଆଚଂଳିକ କମିଟିର ସାଧାରଣ ପରିଷଦ ବୈଠକ ପାର୍କ ସାହି ସ୍ଥିତ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ନାରୀ ନେତ୍ରୀ ସୁପ୍ରଭା ମିଶ୍ର ଯୋଗଦେଇ ପାର୍ଟିର ଲାଲ ପତାକାକୁ ଉତୋଳନ କରିଥିଲେ ବୈଠକର ଶୁଭାରମ୍ବ କରିଥିଲେ। ରବିନ୍ଦ୍ର କୁମାର ନାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସାଧାରଣ ପରିଷଦ ବୈଠକରେ ରାଜ୍ୟ ସଂପାଦକ ଅଭୟ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜୟୱାଡ଼ା ଠାରେ ଅନୁଷ୍ଠିତ ହେବାକୁ ଥିବା ୨୪ ତମ ପାର୍ଟି କଂଗ୍ରେସ ପାଇଁ ନିଷ୍ପତି ହୋଇଥିବା ରାଜନୈତିକ, ସାଂଗଠନିକ ନିର୍ଦ୍ଦାରଣ ସଂପର୍କରେ କହିଥିଲେ । ୨୦୨୪ ସାଧାରଣ ନିର୍ବାଚନରେ ଜନବିରୋଧ, ଫାଶିବାଦୀ, ମୋଦି ସରକାରଙ୍କ ଶାସନକୁ ନେଇ ଦେଶରେ ବାମପନ୍ଥୀ ଗଣତାନ୍ତ୍ରିକ, ଧର୍ମନିରପେକ୍ଷ, ଦେଶପ୍ରେମୀ ଜାତୀୟ, ଆଚଂଳିକ ଦଳକୁ ନେଇ ଏକ ବିକଳ୍ପ ଗଢ଼ି ତୋଳିବା ପାଇଁ ଆହ୍ୱାନ ଦେଇଥିଲେ । ରାଜ୍ୟରେ ନବୀନ ସରକାରଙ୍କ ଜନମାରଣ ନୀତିକୁ ବିରୋଧ କରି ମାର୍ଚ୍ଚ ୨୩ ଭଗତସିଂହଙ୍କ ପାଶୀ ଦିବସବରେ ଭୁବନେଶ୍ୱର ଠାରେ ପାର୍ଟି ପକ୍ଷରୁ ଏକ ମହା ସମାବେଶ ଅନୁଷ୍ଠିତ ହେବ । ଏଥିରେ ହଜାର ହଜାର ସଂଖ୍ୟାରେ ଚାଷୀ, ମୂଲିଆ, ଶ୍ରମିକ, ମହିଳା, ଯୁବକ, ଛାତ୍ର ଯୋଗଦେଇ ସମାବେଶକୁ ସଫଳ କରିବାକୁ କହିଥିଲେ ।

ଏଥି ସହ ରାଜ୍ୟ ସରକାରଙ୍କ ବ୍ରହ୍ମପୁର ସାମଗ୍ରିକ ବିକାଶ ପାଇଁ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଆଜିର ଆଚଂଳିକ ବୈଠକରେ ନିଷ୍ପତି ହୋଇଥିଲା । ରାଜ୍ୟ ସଂପାଦକୀୟ ମଣ୍ଡଳୀ ସଭ୍ୟ କ୍ଷୀରୋଦ ସିଂହ ଦେବ, ଜିଲ୍ଳା ସଂପାଦକ ପ୍ରକାଶ ପାତ୍ର, ସହସଂପାଦକ ନୀଳକଣ୍ଠ ଦାସ, ଅତିଥି ଭାବେ ଯୋଗଦେଇ ମଂଚାସୀନ ରହିଥିଲେ । ପାର୍ଟିକୁ ତୃଣମୂଳ ସ୍ତରରେ ସଂଗଠିତ ଓ ସୁଦୃଢ଼ କରିବା ପାଇଁ ସ୍ଥାନୀୟ ଅଚଂଳର ସମସ୍ୟାକୁ ନେଇ ଆନ୍ଦୋଳନ ଗଢ଼ି ତୋଳିବାକୁ ଆହାନ ଦେଇଥିଲେ । ଆଂଚଳିକ କମିଟି ସଂପାଦକ କାମଦେବ ନାହାକ କାର୍ଯ୍ୟ ବିବରଣୀ ଉପସ୍ଥାପନ କରିଥିଲେ । ମହମ୍ମଦ ଉସାମାନ୍‌, ରୋହିତ ବିଷୋୟୀ, ମହେନ୍ଦ୍ର ପାତ୍ର, ପ୍ରଭାତୀ ଦେବୀ, ସୁଧାଂଶୁ ବାଳା ଆଚାରୀ, କସ୍ତୁରୀ ମହାରଣା, ଙ୍କ ସମେତ ବହୁ କର୍ମୀ ଓ କର୍ମକର୍ତା ଏହି ବୈଠକରେ ଉପସ୍ଥିତ ଥିଲେ ।

ad-week
Leave A Reply

Your email address will not be published.