
ଦାରିଙ୍ଗବାଡି,୨୮/୧ : ଦାରିଙ୍ଗବାଡି ବହୁମୁଖି ସମବାୟ ସମିତି କାର୍ଯ୍ୟଳୟରେ ଅନିୟମିତତା ହୋଇଥିବା ଅଭିଯୋଗ । ଏନେଇ ଡାଇରେକ୍ଟର ମାନେ ଓଡ଼ିଶା ରେଜିଷ୍ଟର ଅଫ୍ କୋପୋରେଟିଭ ସୋସାଇଟି କୁ ଲିଖିତ ଅଭିଯୋଗ କରିଛନ୍ତି । ଡାଇରେକ୍ଟରଙ୍କ ଅଭିଯୋଗ ପ୍ରକାରେ ଦାରିଙ୍ଗବାଡି ସମବାୟ ସମିତିରେ ଚାକିରି କରୁଥିବା କର୍ମଚାରୀ ମାନଙ୍କ ମଧ୍ୟରେ ଏକାଧିକ କର୍ମଚାରୀଙ୍କ ଅବସର ସମୟ ସୀମା ହୋଇଗଲାଣି। ଅବସର ବୟସ ସୀମା ୬୦ବର୍ଷ ରହିଥିବା ବେଳେ ୬୦ ରୁ ଉର୍ଦ୍ଧ ବୟସ ହୋଇଥିବା କର୍ମଚାରୀ ମାନେ ଅବସର ନନେଇ ବେଆଇନ ଭାବେ କାର୍ଯ୍ୟ କରୁଛନ୍ତି । ଏପରିକି ଜଣେ ଅବସରପ୍ରାପ୍ତ କର୍ମଚାରୀ ଓ ନୂତନ କର୍ମଚାରୀଙ୍କୁ ବେଆଇନ୍ ଭାବେ ନିଯୁକ୍ତି ଦିଆାଇଥିବା ଡାଇରେକ୍ଟର ପଠାଣି ସାହୁ, ଦିଲୀପ ପ୍ରଧାନ, ପ୍ରକାଶ ପ୍ରଧାନ,ସାଧୁ ନାୟକ, ଧୀରେନ୍ ପ୍ରଧାନ, ସର୍ଷିଳା ପ୍ରଧାନ, ନୀଳାମ୍ବର ପ୍ରଧାନ ପ୍ରମୁଖ ଓଡ଼ିଶା ରେଜିଷ୍ଟର ଅଫ୍ କୋପୋରେଟିଭ ସୋସାଇଟିକୁ ଅଭିଯୋଗ କରିଛନ୍ତି । ଏଣୁ ଅବସର ସମୟ ହୋଇଥିବା କର୍ମଚାରୀ ଓ ବେଆଇନ ଭାବେ ନିଯୁକ୍ତି ହୋଇଥିବା କର୍ମଚାରୀଙ୍କୁ ବାହାର କରାଯିବାକୁ ଦାବି ହୋଇଛି । ଏ ନେଇ ଲ୍ୟାମ୍ପର ବାଲିଗୁଡା ଏଆରସିଏସ ନରେଶ ପ୍ରଧାନଙ୍କୁ ପଚାରିବାରୁ ସେ କହିଲେ ୬୦ବର୍ଷ ରେ ଅବସର ନେବା ନିୟମ ରହିଛି, ସମବାୟ ସମିତି କମିଟି ହିଁ ଅବସର ଦେବ, କଣ ପାଇଁ ଅବସର ସମୟ ହୋଇ ମଧ୍ୟ ଅବସର ନେଇ ନାହାନ୍ତି ସେନେଇ ମୁଁ ଚିଠି କରିବି ବୋଲି କହିଥିଲେ ।