ଜାତୀୟ ପ୍ରତିଯୋଗିତାରେ ଅପୂର୍ବା ଆର୍ଯ୍ୟାଙ୍କୁ ସ୍ଵର୍ଣ ପଦକ…

add-all

ଫୁଲବାଣୀ : କନ୍ଧମାଳର ଅଗ୍ରଣୀ ତାଲିମ ଟାଇକୋଣ୍ଡ ଅନୁଷ୍ଠାନ ପକ୍ଷରୁ ଜାତୀୟ ପ୍ରତିଯୋଗିତାରେ ଅପୂର୍ବା ଆର୍ଯ୍ୟାଙ୍କୁ ସ୍ଵର୍ଣ ପଦକ ପାଇ କନ୍ଧମାଳକୁ ଗର୍ବ ଗୌରବ ଆଣି ଦେଇଛନ୍ତି l ପ୍ରକାଶ ଥାଉ କି ଉତ୍ତର ପ୍ରଦେଶ ବେରିଲି ଠାରେ ୩୯ ତମ ଜାତୀୟ ଜୁନିଅର ଟାଇକୋଣ୍ଡ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ସେଥିରେ ଓଡିଶା ରାଜ୍ୟ ଟାଇକୋଣ୍ଡ ସଙ୍ଘ ପୁରୀ ତରଫରୁ କନ୍ଧମାଳ ଜିଲ୍ଲା ଫୁଲବାଣୀର ପ୍ରଥମ ଥର ପାଇଁ ବାଳିକା ବିଭାଗରେ ଅପୂର୍ବା ଆର୍ଯ୍ୟା ଓଭର ଓଜନ କାଟାଗୋରି ୪ ଜଣଙ୍କ ସାଙ୍ଗରେ ଲଢ଼ି ସେ ସ୍ଵର୍ଣ ପଦକ ହାସଲ କରିଛନ୍ତି l ଯାହାକି କନ୍ଧମାଳଜିଲ୍ଲା ପାଈଁ ଇତିହାସ ହୋଇ ରହିବ, କାରଣ ଦୀର୍ଘ ୨୨ ବର୍ଷ ପରେ ଜାତୀୟ ଟାଇକୋଣ୍ଡ ପ୍ରତିଯୋଗିତାରେ କେହି ବି ପିଲାମାନେ ସ୍ଵର୍ଣ ପାଇ ନଥିଲେ l ଏହି ଖବର ପ୍ରଚାରିତ ହେବା ପରେ ସମଗ୍ର ଜିଲ୍ଲା ସଙ୍ଘର କ୍ରୀଡ଼ାବିତ ମାନେ ଉତ୍ସାହ ପ୍ରକାଶ କରିଛନ୍ତି ଏବଂ ଅଭିଭାବକ ଅଭିଭାବିକା ମାନେ ଶୁଭେଚ୍ଛା ଜଣାଇ ଛନ୍ତି lଏଥି ସହିତ କନ୍ଧମାଳ ଜିଲ୍ଲା ଟାଇକୋଣ୍ଡ ସଙ୍ଘର କୋଚ ରମାକାନ୍ତ ବେହରା କୋଚ ପ୍ରତିମ ଚନ୍ଦ୍ର ପ୍ରଧାନ ଓ ମଦନ ଦଳବେହେରା ଏବଂ ଖାସ କରି ଜିଲ୍ଲା ସଂଘର ସଭାପତି ପ୍ରତାପ କୁମାର ମୁଖୀ ଓ ସମ୍ପାଦକ ପ୍ରଭାତ କୁମାର ସାହୁ ଧନ୍ୟବାଦ ଜଣାଇଛନ୍ତି l ରାଜ୍ୟ ଟାଇକୋଣ୍ଡ ସଙ୍ଘର ସମ୍ପାଦକ ମନମୋହନ ଭଞ୍ଜ ଏନେଇ ଅନେକ ଶୁଭକାମନା ଜଣାଇଛନ୍ତି l

ad-week
Leave A Reply

Your email address will not be published.