ଶିକ୍ଷୟତ୍ରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା…

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ୍ ସ୍ଥିତ କୁକୁରୁକୁମ୍ପା ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ବିନୋଦିନୀ ଝାଙ୍କରଙ୍କୁ ଦୁତିପଡ଼ା କ୍ଲଷ୍ଟର ଶିକ୍ଷକ ଏବଂ ଶିକ୍ଷୟତ୍ରୀ ଜଣାଇଛନ୍ତି ବିଦାୟ କାଳୀନ ସମ୍ବର୍ଦ୍ଧନା । ରବିବାର ଦୂତିପଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ସି ଆର୍ ସି ସି ଅଶୋକ କୁମାର୍ ମଲିକଙ୍କ ତତ୍ଵାବଧାନରେ ଏବଂ ପ୍ରଧାନ ଶିକ୍ଷକ ଚକ୍ରଧର ମାଝୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ ସଭାରେ ଶିକ୍ଷକ କରୁଣାକର କହଁର, ବାସୁଦେବ ଦାସ୍, ପ୍ରଦିପ କୁମାର ମଲିକ, କୃଷ୍ଣପ୍ରୀୟା ସାହାଣୀ, ବବିତା କହଁର, ଏକଲବ୍ୟ କହଁର, ସୁକାନ୍ତ ଦିଗାଲଙ୍କ ସମେତ ଦୂତିପଡ଼ା କ୍ଲଷ୍ଟର ର ଅନ୍ୟ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ବିଦାୟୀ ଶିକ୍ଷୟତ୍ରୀଙ୍କୁ ପୁଷ୍ପଗୁଚ୍ଛ ଏବଂ ଉତ୍ତରୀୟ ଦେବା ସହିତ ସମ୍ବର୍ଦ୍ଧନା ଜଣାଇଥିଲେ। ଉକ୍ତ ବିଦାୟୀ ସଭାରେ ମଞ୍ଚ ପରିଚାଳନା ଦାୟିତ୍ଵ ଶିକ୍ଷକ ପ୍ରଦିପ କୁମାର ମଲିକ ତୁଲାଇ ଥିବା ବେଳେ ଧନ୍ୟବାଦ୍ ଅର୍ପଣ କରିଥଲେ ଶିକ୍ଷକ ଏକଲବ୍ୟ କହଁର।

ad-week
Leave A Reply

Your email address will not be published.