କେନାଲ ବାଡରେ ପିଟିହୋଇ ବାଇକ ଆରୋହୀ ମୃତ…

add-all


ହିଞ୍ଜିଳିକାଟୁ : ୩୦/୧ହିଞ୍ଜିଳିକାଟୁ ବ୍ଲକ୍ ହିଞ୍ଜିଳି ଥାନା ଅନ୍ତର୍ଗତ ସୋମପୁର ଗ୍ରାମ ଓ ପୋଚିଲିମା ଗ୍ରାମ ମଧ୍ୟ ରାସ୍ତାରେ ସଡକ ଦୁର୍ଘଟଣାରେ ଜଣେ ଯୁବକ ଗତକାଲି ମୃତ୍ୟୁବରଣ କରିଛି। ମୃତକ ଜଣକ ହେଲେ ଆସିକା ଥାନା ଅନ୍ତର୍ଗତ ପଢାଳ ଗ୍ରାମର ବାବୁଲା ନାଇକ ଙ୍କ ଜ୍ୟୈଷ୍ଠ ପୁଅ ସାଗର ନାଇକ ୨୨ । ଗତକାଲି ମୃତକ ସାଗର ରାଜ୍ୟ ବାହାରୁ ଆସି ନିଜ ଘରୁ ପଢାଳ ରୁ ହିଞ୍ଜିଳିକାଟୁ ନିକଟ ସୋମପୁର ଗ୍ରାମକୁ ଭଉଣୀ ଘରକୁ ଆସିଥିଲେ। ସୋମପୁର ଠାରୁ ଵଡ ମାଁ ଘର ଗୋଲାପଲ୍ଲି ବାଇକ ଯୋଗେ ରାତିରେ ଯିବା ସମୟରେ କେନାଲ ତଳକୁ ଖସିପଡିଥିଲେ। କେନାଲ ଗାର୍ଡ ୱାଲ ସହ ପିଟି ହେବା ଫଳରେ ସାଗର ଘଟଣା ସ୍ଥଳରେ ପ୍ରାଣ ହରାଇଥିଲେ। ସୋମବାର ପୂର୍ବାହ୍ନରେ ସ୍ଥାନୀୟ ବାସିନ୍ଦା ବାଇକ ସହ ଆରୋହୀ ପଡିଥିବା ଦେଖି ସ୍ଥାନୀୟ ଥାନାକୁ ଖଵର ଦେଇଥିଲେ। ହିଞ୍ଜିଳି ପୋଲିସ ଓ ହିଞ୍ଜିଳିକାଟୁ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ବାଇକକୁ ପୋଲିସ ଜବତ କରିଛି। ଏ ନେଇ ହିଞ୍ଜିଳି ଥାନାରେ ୬୩/୨୩ ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିବା ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସଙ୍କ ଠାରୁ ସୂଚନା।

ad-week
Leave A Reply

Your email address will not be published.