ପଦରବାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ…

add-all

ବ୍ରହ୍ମପୁର : କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ଲାଞ୍ଜିଆ ଗ୍ରାମ ପଞ୍ଚାୟତ ର ପଦରବାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୂଖ୍ୟ ଅତିଥି ଭାବେ ସମିତି ସଭ୍ୟ ତଥା ଆମ୍ବଗଡ ସେବା ସମବାୟ ସମିତିର ସଭାପତି କାହ୍ନୁ ଚରଣ ପାତ୍ର ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରିବା ସହିତ ପିଲାମାନେ କିପରି ଶିଷ୍ଠାଚାର ଓ ସଂସ୍କାର ଶିଖିବେ ତାହା ଉପରେ ଗୁରୁତ୍ବ ପ୍ରଦାନ କରିଥିଲେ । ବିଦ୍ୟାଳୟର ଉନ୍ନତି ସେତେବେଳେ ହେବ ଯେତେବେଳେ ପରିଚାଳନା କମିଟି ଓ ଅଭିଭାବକ ମାନେ ବିଦ୍ୟାଳୟକୁ ଆସି ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ସହଯୋଗ କରି ଓ ମୋ ସ୍କୁଲ ଯୋଜନାରେ ନିଜକୁ ସାମିଲ କରି କିଛି କିଛି କାମ ହାତକୁନେଇ କାର୍ଯ୍ୟକରିବେ ବୋଲି କାହ୍ନୁ ପାତ୍ର ମନ୍ତବ୍ୟ ରଖିଥିଲେ । ସମ୍ମାନିତ ଅତିଥି ଭାବେ ସରପଞ୍ଚ ଅନିଲ କୁମାର ଗୌଡ଼ ଯୋଗଦେଇ ବିଦ୍ୟାଳୟର ଯାହା ଯାହା ସମସ୍ୟା ରହିଛି ତାକୁ କିପରିଭାବେ ସମାଧାନ କରିହେବ ତାହା ଉପରେ ମନ୍ତବ୍ୟ ପ୍ରକାଶ କରିଥିଲେ। ପ୍ରଧାନ ଶିକ୍ଷୟତ୍ରୀ ଦେବକୀ ମଲ୍ଲିକ ଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା ବାର୍ଷିକ ପୁସ୍ତିକା ” ବିଦ୍ୟା ଅର୍ଜନ ” ଉନ୍ମୋଚିତ ହୋଇଥିଲା । ଶିକ୍ଷୟତ୍ରୀ କଲ୍ୟାଣି ତ୍ରିପାଠୀ ବର୍ଷିକ ବିବରଣୀ ପଠନ କରିବା ସହିତ ମଞ୍ଚ ପରିଚାଳନା କରିଥିଲେ । ସଭାପତି କୈଳାସ ଚନ୍ଦ୍ର ଦାସ ଓ ୱାର୍ଡ ମେମ୍ବର ସତ୍ୟବାନ ବିଷୋୟୀ ଅନ୍ୟତମ ଅତିଥି ଭାବେ ଯୋଗଦନ କରିଥିଲେ । ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିବା କୃତି ପ୍ରତିଯୋଗୀ ମାନଙ୍କୁ ଅତିଥିମାନଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା। ଶେଷରେ ଶିକ୍ଷକ ମିଟିକ ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିଲେ।
ଏହି କାର୍ଯ୍ୟକ୍ରମକୁ ଶିକ୍ଷୟତ୍ରୀ ବିନୋଦିନୀ ବେହେରା ଓ ଜି କୁମାରୀ ପରିଚାଳନା କରିବା ସହିତ ବିଦ୍ୟାଳୟର ପରିଚାଳନା କମିଟିର ସମସ୍ତ କମିଟି ବୃନ୍ଦ କାର୍ଯ୍ୟକ୍ରମକୁ ସୁଚାରୁରୂପେ ସମ୍ପାଦନା କରିଥିଲେ।

ad-week
Leave A Reply

Your email address will not be published.