ଓଡିଶା ସରକାରୀ ଆୟୁର୍ବେଦ ମହାବିଦ୍ୟାଳୟ ଶିକ୍ଷକ ସଂଘର ସାଧାରଣ ଅଧିବେଶନ ଓ ନିର୍ବାଚନୀ ସଭା…

add-all

ବଲାଙ୍ଗୀର : ଓଡିଶା ସରକାରୀ ଆୟୁର୍ବେଦ ମହାବିଦ୍ୟାଳୟ ଶିକ୍ଷକ ସଂଘର ସାଧାରଣ ଅଧିବେଶନ ଏବଂ ନିର୍ବାଚନୀ ସଭା ସରକାରୀ ଆୟୁର୍ବେଦ ମହାବିଦ୍ୟାଳୟ ବଲାଙ୍ଗିରର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଓଡିଶାର ସମସ୍ତ ତିନି ଗୋଟି ସରକାରୀ ଆୟୁର୍ବେଦ ମହାବିଦ୍ୟାଳୟର ଶିକ୍ଷକମାନେ ଉପସ୍ଥିତ ଥିଲେ ଏବଂ ସଭାଟି ବଲାଙ୍ଗିର ଆୟୁର୍ବେଦ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଅରୁଣ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ସଭାର ପ୍ରଥମାର୍ଦ୍ଧର ପୂର୍ବତନ ସଂଘର ସଭାପତି ପ୍ରଫେସର ସୀମାଦ୍ରୀ ଭୂଷଣ ନାୟକ ଏବଂ ସାଧାରଣ ସଂପାଦକ ପ୍ରଫେସର ଶିବବ୍ରତ ବେହେରା ବିଗତ ସଂଘର କାର୍ଯ୍ୟବଳି ବିଷୟରେ ଆଲୋକପାତ କରିଥିଲେ ଏବଂ ଦ୍ୱିତୀୟାର୍ଦ୍ଧରେ ସଂଘର ନୂତନ କାର୍ଯ୍ୟକର୍ତ୍ତା ନିର୍ବାଚନ ହୋଇଥିଲା । ନୂତନ କର୍ମକର୍ତ୍ତା ଭାବରେ ଡା. ସ୍ୱପ୍ନା ସ୍ୱୟଂପ୍ରଭା ସଭାପତି, ଡା. ଶିବ ପ୍ରସାଦ ରାଉତ ଉପସଭାପତି, ଡା. ସୁଶାନ୍ତ କୁମାର ମେହେର ସାଧାରଣ ସଂପାଦକ, ଡା. ଚନ୍ଦନ କୁମାର ସାହୁ ସହକାରୀ ସାଧାରଣ ସଂପାଦକ, ଡା. ଗଣେଶ କୁମାର ମେହେର କୋଷାଧ୍ୟକ୍ଷ ତଥା ଅନ୍ୟ କର୍ମକର୍ତ୍ତା ନିର୍ବାଚିତ ହୋଇଥିଲେ । ନବ ନିର୍ବାଚିତ ସଭାପତି ଏବଂ ସାଧାରଣ ସଂପାଦକ ସଂଘର ଆଗାମୀ କାର୍ଯ୍ୟପନ୍ଥା ବିଷୟରେ ଅଭିଭାଷଣ ପ୍ରଦାନ କରିଥିଲେ । ଶିକ୍ଷକମାନଙ୍କର ସମସ୍ୟା ଗୁଡିକ ପ୍ରତି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ମନ୍ତବ୍ୟ ଦେଇଥିଲେ । ଶେଷରେ ଡାକ୍ତର ଲିପ୍‌ସା ଦାସ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ସଭା ସାଂଗ ହୋଇଥିଲା ।

ad-week
Leave A Reply

Your email address will not be published.