ଝାଡଖଣ୍ଡ ଯିବେ ଶାହା : ବାବା ବୈଦ୍ୟନାଥଙ୍କୁ କରିବେ ଦର୍ଶନ…

add-all

ନୂଆଦିଲ୍ଲୀ,୪।୨: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଶନିବାର ଝାଡଖଣ୍ଡ ଯିବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ଅମିତ ଶାହା ବାବା ବୈଦ୍ୟନାଥଙ୍କୁ ଦର୍ଶନ କରିବେ। ଏହାପରେ ରାମକୃଷ୍ଣ ମିଶନର ଶତବାର୍ଷିକୀ ଉତ୍ସବରେ ଅଂଶଗ୍ରହଣ କରିବେ।

ଏଥିସହ ୪୫୦ କୋଟି ବ୍ୟୟରେ ନିର୍ମିତ ନାନୋ ୟୁରିଆ କାରଖାନା କମ୍ପ୍ଲେକ୍ସର ମୂଳଦୁଆ ପକାଇବେ ବୋଲି ଆଇଏଫ୍‌ଏଫ୍‌ସିଓର ପରିଚାଳନା ନିର୍ଦ୍ଦେଶକ ୟୁ.ଏସ୍‌ ଅବସ୍ତି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଏହା ଦେଶର ପଞ୍ଚମ ନାନୋ ୟୁରିଆ କାରଖାନା ହେବ। ଗତବର୍ଷ ଗୁଜରାଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ବିଶ୍ୱର ପ୍ରଥମ ନାନୋ ୟୁରିଆ କାରଖାନା ଉଦ୍‌ଘାଟନ କରାଯାଇଥିଲା।

ad-week
Leave A Reply

Your email address will not be published.