ଗାଁ ଖଳାରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଧାନ ପୋଡି ଜଳି ପାଉଁଶ…

add-all

ହିଞ୍ଜିଳିକାଟୁ ୪/୨: ହିଞ୍ଜିଳିକାଟୁ ବ୍ଳକ ଅନ୍ତର୍ଗତ ଖରିଡା ଗ୍ରାମର ଗାଁ ଖଳାରେ ଶନିବାର ଅପରାହ୍ନରେ ନିଆଁ ଲାଗି ଅମଳ ପାଇଁ ଥିବା ଧାନ ବିଡା ସହ ପାଳଗଦା ଜଣାଯାଇଛି। ଲକ୍ଷାଧିକ ଟଙ୍କାର ଧାନ ପୋଡି ଜଳି ପାଉଁଶ ହୋଇଗଲା। ଖଳାରେ କିପରି ନିଆଁ ଲାଗିଲା, ତାହା ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ। ହିଞ୍ଜିଳିକାଟୁ ବ୍ଲକ ଖରିଡା ଗ୍ରାମର କାହ୍ନୁଚରଣ ପାଣିଗ୍ରାହୀ ୧୦ ଭରଣ ଜମିରେ ଅମଳ ହୋଇଥିବା ଧାନ ବିଡା ଗାଁ ଖଳାରେ ରଖିଥିଲେ। ଅନ୍ୟ ମାନେ ଅମଳ ଧାନ ସଂଗ୍ରହ କରି ପାଳ ଗଛିଚ ରଖିଥିଲେ। ଶନିବାର ଅପରାହ୍ନରେ ନିଆଁ ଲାଗି ସମ୍ପୂର୍ଣ୍ଣ ରୂପେ ପୋଡି ପାଉଁଶ ହୋଇଯାଇଛି। ନିଆଁକୁ ଆୟତ୍ତ କରିବାକୁ ସ୍ଥାନୀୟ ଲୋକେ ଚେଷ୍ଟା କରିଥିଲେ। ହେଲେ କିଛି କ୍ଷଣକରେ ନିଆଁ ଚାରିଆଡ଼େ ବ୍ୟାପି ଯାଇଥିଲା। ହିଞ୍ଜିଳି ଅଗ୍ନିଶମ ବିଭାଗର ଅଧିକାରୀ ଗୌତମ କୁମାର ସାହୁ ଓ ଟିମ୍ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ad-week
Leave A Reply

Your email address will not be published.