ଦାରିଙ୍ଗବାଡି : ୨୩ କେଜି ଗଂଜେଇ ଜବତ ଜଣେ ଗିରଫ…

add-all

ଦାରିଙ୍ଗବାଡ଼ି,୦୪/୨,ଦାରିଙ୍ଗବାଡ଼ି ଥାନା ଅଞ୍ଚଳ ଲକଟି ଛକ ନିକଟରେ ଗଞ୍ଜେଇ ଚୋରାଚାଲାଣ ପାଇଁ ଗାଡ଼ି ଅପେକ୍ଷାରେ ରହିଥିବା ବେଳେ ଚାଲାଣ କାରୀକୁ ପୋଲିସ ଚତୁରତାର ସହ କାବୁ କରିନେବା ସହ ବସ୍ତା ଯୋଗେ ନେଉଥିବା ୨୩ କିଲୋ ୧୫୦ ଗ୍ରାମ ଗଞ୍ଜେଇ ଜବତ କରିଛି। ଗିରଫ କରି ଗତକାଲି କୋର୍ଟ ଚାଲାଣ କରିଥିବା ଦାରିଙ୍ଗବାଡ଼ି ଥାନା ଅଧିକାରୀ କୌଶିକ ମାଝୀ ସୂଚନା ଦେଇଛନ୍ତି । ଗିରଫ ଜଣ ହେଲେ ବାପି କର୍ମାକର ୱେଷ୍ଟବେଙ୍ଗାଲ୍ ଅଞ୍ଚଳ ଦେବିପୁର , ଜଲାଙ୍ଗୀର, ମୁର୍ଷିଦାବାଦର ବୋଲି ଜଣାପଡ଼ିଛି। ଦାରିଙ୍ଗବାଡ଼ି ପୋଲିସ ବିଶେଷସୂତ୍ରରୁ ଖବର ପାଇ ଥାନା ଅଧିକାରୀ କୌଶିକ ମାଝୀଙ୍କ ନିର୍ଦେଶକ୍ରମେ ଏସ ଆଇ ପି ସିର୍ନିବାସ ରାଓ, ଏଏସଆଇ ସୁବାଷ ଚନ୍ଦ୍ର ବାୟକ ସମେତ ପୋଲିସ ଷ୍ଟାଫ ପ୍ରମୁଖ ଦାରିଙ୍ଗବାଡ଼ି ଥାନା ଅଞ୍ଚଳ ଲକଟି ଛକ ନିକଟରେ ଚଢ଼ାଉ କରି ୨୧ କିଲୋ ୧୫୦ ଗ୍ରାମ ଗଞ୍ଜେଇ ଜବତ କରିବା ସହ ଜଣକୁ ଗିରଫ କରିଥିଲେ । ୧୯/୨୩ ରେ ଏକ ମାମଲା ରୁଜ୍ଜୁ କରି ପୋଲିସ ଏହାର ଅଧିକ ତଦନ୍ତ କରୁଛି।

ad-week
Leave A Reply

Your email address will not be published.