
ଚିକିଟୀ : ଗଞ୍ଜାମ ଜିଲ୍ଲା ଚିକିଟୀ ବିଜ୍ଞାପିତ ଅଞ୍ଚଳ ପରିଷଦ ଚିକିଟୀ ପେଣ୍ଠ ସ୍ଥିତ ଚିକିଟୀ ପେଣ୍ଠ ନୋଡ଼ାଲ ଉଚ୍ଚ ବିଦ୍ୟାଳୟ ର ୫୦ ବର୍ଷ ପୂର୍ତ୍ତି ଅବସରରେ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳନ କରାଯାଉଛି । ଆଜି ଓ କାଲି ତଥା ଶନିବାର ଓ ରବିବାର ଦୁଇ ଦିନ ବ୍ୟାପୀ ମହା ଆଡମ୍ବରରେ ଏହି ଉତ୍ସବ ପାଳନ କରାଯାଉଛି।ଶନିବାର ଏହାର ଉଦଘାଟନୀ ଉତ୍ସବ ରହିଥିବା ବେଳେ ଯୋଜନା ମୁତାବକ ପ୍ରାତହରୁ ଅଞ୍ଚଳର ପ୍ରସିଦ୍ଧ ଶକ୍ତିପୀଠ ମା ବାଳକୁମାରୀ ଙ୍କ ନିକଟରୁ ମଶାଲ ସଭାଯାତ୍ରା ବାହାରି ସହର ପରିକ୍ରମା ପରେ ମଶାଲ ସ୍ଥାପନ କରାଯାଇ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା।ପ୍ରଥମ ପର୍ଯ୍ୟାୟରେ ଚିକିଟୀ ଏନ ଏ ସି ଅଧକ୍ଷା ଶ୍ରୀମତୀ ଦୀପା କୁମାରୀ ସାହୁ ମୁଖ୍ୟ ଅତିଥି ,ବିଡିଓ ହଳଧର ଶବର ଓ ଗୋଷ୍ଟି ଶିକ୍ଷା ଅଧିକାରୀ ବସନ୍ତ କୁମାର ପଣ୍ଡା ସ୍ନମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମାନସ କସ୍ତୁରୀ ଗଣେଷ ପ୍ରସାଦ ପଣ୍ଡା ମୁଖ୍ୟ ବକ୍ତା ଭାବେ ମୋଞ୍ଚାସିନ ହୋଇ ଛାତ୍ର ଛାତ୍ରୀ ଙ୍କ ଉଜ୍ଜ୍ବଳ ଭବିଷ୍ୟତ ଉପରେ ଆଲୋକପାତ କରିଥିଲେ।ସେହିପରି ଅପରାହ୍ନ ଦୂତୀୟ ପ୍ରଜାୟ କାର୍ଯ୍ୟକ୍ରମ ରେ ରାଜ୍ୟ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମୁଖ୍ୟ ଅତିଥି, ସ୍ଥାନୀୟ ବିଧାୟିକା ତଥା ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀ ଓ ବ୍ରହ୍ମପୁର ସାଂସଦ ସ୍ନମାନିତ ଅତିଥି ଭାବେ ଯୋଗ ଦେଇ ସୁବର୍ଣ୍ଣ ଜୟନ୍ତୀ ସ୍ମାରକୀ ଉଦଘାଟନ କରି ମୋଞ୍ଚାସିନ ହୋଇଥିଲେ।ଅନ୍ୟତମ ସ୍ନମାନିତ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରିଣୀ ଶ୍ରୀମତୀ ବନିତା ସେନାପତି, ପୃବତନ ଛାତ୍ର ସଂସଦ ସଭାପତି ଡକ୍ଟର ପ୍ରଭୁ ପ୍ରସାଦ ପଣ୍ଡା,ସୁରେନ ପାଢ଼ୀ,ଶ୍ରୀ ଜୟନ୍ତ ମହାପାତ୍ର, ଡକ୍ଟର ବି ନାଗେଶ୍ୱର ରାଓ ସୁବୁଦ୍ଧି, ଦୀପା କୁମାରୀ ସାହୁ ଓ ମୁଖ୍ୟ ବକ୍ତା ଭାବେ ଅବସର ପ୍ରାପ୍ତ ପ୍ରଫେସର ଡକ୍ଟର ଅଲେଖ ପ୍ରଧାନ ମୋଞ୍ଚାସିନ ହୋଇ ଛାତ୍ର ଛାତ୍ରୀ ଙ୍କ ଉଜ୍ଜ୍ଵଳ ଭବିଷ୍ୟତ ଉପରେ ବକ୍ତବ୍ୟ ପ୍ରଦାନ କରିବା ସହ ସମସ୍ତ ପୃବତନ ଶିକ୍ଷକ ଓ ଶିକ୍ଷୟତ୍ରୀ, ଦେଶ ବିଦେଶରେ ରହୁଥିବା ଛାତ୍ର ଛାତ୍ରୀ ଓ ଦଶମ ଶ୍ରେଣୀ ରେ ସର୍ବାଧିକ ନମ୍ବର ରଖିଥିବା ଛାତ୍ର ଛାତ୍ରୀ ଙ୍କୁ ଉପଢୌକନ, ମାନପତ୍ର ସହ ଟ୍ରଫି ଓ ଚେକ ପ୍ରଦାନ କରିଥିଲେ।ଦୁଇ ଦିନ ବ୍ୟାପି ଏହି ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳନ ହେଉଥିବା ବେଳେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଉଛି।ଏହି ଅବସରରେ ପୁରାତନ ଓ ବର୍ତ୍ତମାନର ଛାତ୍ର ଛାତ୍ରୀ ମାନଙ୍କ ଲେଖାକୁ ନେଇ ଏକ ସ୍ମରଣୀକା ପୁସ୍ତକ ଉନ୍ମୋଚିତ ହୋଇଯାଇଛି।