ଓଡିଶା ଜଳ ବିଦ୍ୟୁତ୍ ନିଗମ ଲିମିଟେଡ୍ ଆନୁକୁଲ୍ୟରେ ଅନ୍ତଃ ପ୍ରକଳ୍ପ କ୍ରିକେଟ ପ୍ରତିଯୋଗିତା ଅନୁଷ୍ଠିତ…

add-all

ମାଲକାନଗିରି // ବାଲିମେଳା (୪।୨) : ଓଡିଶା ଜଳ ବିଦ୍ୟୁତ୍ ନିଗମ ଲିମିଟେଡ୍‌, ଭୁବନେଶ୍ୱର ପରିସର ଭୂକ୍ତ ଜଳ ବିଦ୍ୟୁତ୍ ପ୍ରକଳ୍ପ ମାନଙ୍କ ମଧ୍ୟରେ ଅନ୍ୟତମ ବାଲିମେଳା ଜଳ ବିଦ୍ୟୁତ୍ ପ୍ରକଳ୍ପ, ଦୀର୍ଘ ୫୦ ବର୍ଷ ଧରି ଓଡିଶାର ଶକ୍ତି ଭିତିଭୁମିକୁ ସୁଦୃଢ କରି ଚାଲିଛିା ଓଡିଶାର ଦ୍ୱିତୀୟ ବୃହତ୍ ଜଳ ବିଦ୍ୟୁତ୍ ପ୍ରକଳ୍ପ ଭାବେ ପରିଚିତ ବାଲିମେଳା ଠାରେ ଦୀର୍ଘ୪ ଦିନ ଧରି ଆନ୍ତଃ ପ୍ରକଳ୍ପ କ୍ରିକେଟ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛିା ଏହି କ୍ରିକେଟ ପ୍ରତି ଯୋଗିତାରେ ସାତଟି ଦଳ ଭାଗ ନେଉଥିବା ବେଲେ ସେଥିମଧ୍ୟରେ ଭୁବ ନେଶ୍ୱର ସ୍ଥିତ ହୀରାକୁଦ ଜଳ ବିଦ୍ୟୁତ୍ ପ୍ରକଳ୍ପ, ଡିପିଲିମା ଜଳ ବିଦ୍ୟୁତ୍ ପ୍ରକଳ୍ପ, ରେଙ୍ଗାଲି ଜଳ ବିଦ୍ୟୁତ୍ ପ୍ରକଳ୍ପ, ଇନ୍ଦ୍ରାବତି ଜଳ ବିଦ୍ୟୁତ୍ ପ୍ରକଳ୍ପ, ଉପର କୋଲାବ ଜଳ ବିଦ୍ୟୁତ୍ ପ୍ରକଳ୍ପ, ବାଲିମେଳା ଜଳ ବିଦ୍ୟୁତ୍ ପ୍ରକଳ୍ପ ଏହି ପ୍ରତି ଯୋଗିତାରେ ଭାଗ ନେଇଛନ୍ତିା ଆଜିର ଏହି ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ବାବେ ଭୁବନେଶ୍ୱର ର ଓଡିଶା ଜଳ ବିଦ୍ୟୁତ୍ ପ୍ରକଳ୍ପ ଲିମିଟେଡ୍ ର ମାନବ ସମ୍ବଳ ନିର୍ଦେଶକ ଡ,ପ୍ରବୋଧ କୁମାର ମହାନ୍ତି, (ଅପରେସନ) ନିର୍ଦେଶକ ଆଶୀଷ କୁମାର ମହାନ୍ତି, ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ପ୍ରଦୀପ କୁମାର ନାୟକ, ମାଲକାନଗିରି ଉପଜିଲ୍ଲାପାଳ ଅକ୍ଷୟ କୁମାର ଖେମୁଣ୍ଡୁ, ୮୮ ବାଟାଲିୟନ ବିଏସଏଫ୍ କମାଣ୍ଡେଂଟ ବିନୋଦ ସରିନ୍‌, ପୋଟେରୁ ଜଳ ସେଚନ ପ୍ରକଳ୍ପ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଇଂ. ଚନ୍ଦ୍ରଶେଖର ମିଶ୍ର, ଚିତ୍ରକୋଣ୍ଡା ତହସିଲଦାର ଟି. ପଦ୍ମନାଭ ଦୋରା, ବାଲିମେଳା ଏନ୍‌.ଏ.ସି. ନିର୍ୱାହୀ ଅଧିକାରୀ କୃଷ୍ଣ ଚନ୍ଦ୍ର ରଥ ପ୍ରମୁଖ ଯୋଗ ଦେଇଥିଲେ ।

ad-week
Leave A Reply

Your email address will not be published.