
ଉମରକୋଟ : ସୂଚନା ପ୍ରକାରେ ଉମରକୋଟ ପେଣ୍ଡ୍ରାଣୀ ମହାବିଦ୍ୟାଳୟର 39ତମ ବାର୍ଷିକ ଉତ୍ସବ ମହା ସମାରହରେ ପାଳନ କରାଯାଇଅଛି | ଏହି ଉତ୍ସବରେ ପେଣ୍ଡ୍ରାଣୀ ମହାବିଦ୍ୟାଳୟର ପ୍ରାୟ ଦୁଇ ହଜାର ପାଞ୍ଚ ସହ ଛାତ୍ର, ଛାତ୍ରୀ ଯୋଗଦାନ କରିଥିଲେ | ପେଣ୍ଡ୍ରାଣୀ ମହାବିଦ୍ୟାଳୟ ଅଧ୍ୟକ୍ଷା ଶ୍ରୀମତୀ ମିନତୀ ମାଝିଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଲୋକସଭା ସାଂସଦ ଶ୍ରୀ ରମେଶ ଚନ୍ଦ୍ର ମାଝୀ, ମୁଖ୍ୟ ଅତିଥି, ରାଜ୍ୟସଭା ସାଂସଦ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ସମ୍ମାନୀତ ଅତିଥି, ନବରଙ୍ଗପୁର ଜିଲ୍ଲାପାଳ ଶ୍ରୀ କମଲୋଚନ ମିଶ୍ର, ସ୍ୱତନ୍ତ୍ର ଅତିଥି,ଉମରକୋଟ ପୌରପରିଷଦ ଅଧ୍ୟକ୍ଷା ଶ୍ରୀମତୀ ରାଧା ଭତ୍ରା ସମ୍ମାନିତ ଅତିଥି, ଏବଂ ଉମରକୋଟ ପେଣ୍ଡ୍ରାଣୀ ମହାବିଦ୍ୟାଳୟର ଅଧ୍ୟାପକ ଶ୍ରୀ ରବୀନ୍ଦ୍ର ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଥିଲେ | ପ୍ରାରମ୍ଭରେ ମୂଖ୍ୟ ଅତିଥି ସହ ସମସ୍ତ ଅତିଥି ବୃନ୍ଦ ମିଶି ପ୍ରଦୀପ ପ୍ରଜ୍ୱଳନ କରି କାର୍ଯକ୍ରମର ଶୁଭାରମ୍ଭ କରିଥିଲେ | ତତ୍ପରେ ଅତିଥି ବୃନ୍ଦ ନିଜ ନିଜର ବକ୍ତବ୍ୟ ରଖି ଛାତ୍ର ଜୀବନର ବ୍ୟାଖ୍ୟାୟନ କଲେ, ଉମରକୋଟ ବିଧାୟକ ମହୋଦୟ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ତାଙ୍କର ସୁନ୍ଦର ଆଲୋଚନା ପ୍ରସଙ୍ଗରେ କହିଲେ ଆଜିର ଶିକ୍ଷିତ ଯୁବକ ଯୁବତୀ, ଆଗାମୀଦିନର ଭବିଷତ, ଏଣୁ ଖାଲି ଶିକ୍ଷିତ ଯୁବକ ହେଲେ ହେବନାହିଁ | ସେ ଜଣେ ଆଦର୍ଶ ସୁ ନାଗରିକ ହେବାକୁ ପରିବ, ଜିଲ୍ଲାପାଳ ମହୋଦୟ ତାଙ୍କର ସୁନ୍ଦର ଅଭିଭାଷଣରେ ଛାତ୍ରଛାତ୍ରୀ ମାନଙ୍କୁ ମନମୁଗ୍ଧ କରି ଥିଲେ | କେବଳ ଚାକରି କରିବା ନୁହଁ ବରଂ ନିଜ ଉପରେ ବିଶ୍ୱାସ ରଖି, ନିଜ ଗୋରରେ ଠିଆ ହୋଇ ସ୍ୱରୋଜଗାରି ହେବା,ଏହା ପରେ ବିଭିନ୍ନ ଖେଳ, ନାଚ, ଗୀତ, ଓ ରଙ୍ଗଲୀ କୃତକାର୍ଯ୍ୟ ହାସଲ କରିଥିବା ଏବଂ ଆଦର୍ଶ ଛାତ୍ର ଛାତ୍ରୀ ମାନଙ୍କୁ ଉପହାର ସହ ମାନପତ୍ର ଦିଆଯାଇଥିଲା | ଉପସ୍ଥିତ ମଞ୍ଚାସିନ ଅତିଥି ବୃନ୍ଦ ମାନଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ, ଶେଷରେ ଅଧ୍ୟାପକ ଶ୍ରୀମତୀ ଅନିତା ମାଝୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇ କାର୍ଯକ୍ରମ ସମାପନ କରିଥିଲେ |