ତୁର୍କୀ, ସିରିଆରେ ଭୂକମ୍ପ ହେବ ବୋଲି ୩ଦିନ ପୂ‌ର୍ବେ ଭବିଷ୍ୟବାଣୀ କରିଥିଲେ ଡଚ୍ ଗବେଷକ, ହସି ଉଡାଇ ଦେଇଥିଲେ ଲୋକେ

add-all

ଇସ୍ତାନ୍‌ବୁଲ୍‌: ଆଜି ଦକ୍ଷିଣପୂର୍ବାଞ୍ଚଳ ତୁର୍କୀରେ ସଂଘଠିତ ୭.୮ ତୀବ୍ରତାସମ୍ପନ୍ନ ଭୂମିକମ୍ପ ଯୋଗୁଁ ଏପର୍ଯ୍ୟନ୍ତ ଅନ୍ୟୂନ ୧୩୦୦ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବିଭିନ୍ନ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି। ଲୋକେ ଶୋଇଥିବା ବ‌େଳେ ଭୂମିକମ୍ପ ସଂଘଠିତ ହୋଇଥିବାରୁ ଧରାଶାୟୀ ହୋଇଥିବା ଅଟ୍ଟାଳିକାଗୁଡ଼ିକର ଭଗ୍ନସ୍ତୂପ ତଳେ ଅନେକ ଲୋକ ପୋତି ହୋଇପଡ଼ିଛନ୍ତି। ତେଣୁ ଆଗକୁ ମୃତ୍ୟୁସଂଖ୍ୟା ଆହୁରି ବଢ଼ିବ କୁହାଯାଉଛି। ତେବେ ଏତେ ବଡ଼ ଘଟଣା ଘଟିବା ପରେ ଏକ ବଡ଼ ସୂଚନା ସାମ୍ନାକୁ ଆସିଛି। ୩ଦିନ ପୂର୍ବରୁ ଅର୍ଥାତ ଫେବ୍ରୁଆରି ୩ରେ ଏଭଳି ହେବ ବୋଲି ଭବିଷ୍ୟବାଣୀ କରାଯାଇସାରିଥିବା ଜଣାପଡ଼ିଛି।
ନେଦରଲ୍ୟାଣ୍ଡରେ ଅବସ୍ଥିତ ସୋଲାର ସିଷ୍ଟମ ଜିଓମେଟ୍ରୀ ସର୍ଭେ (ଏସଏସଜିଏସ) ପାଇଁ କାମ କରୁଥିବା ଡଚ୍ ଗବେଷକ ଫ୍ରାଙ୍କ ହୁଗରବିଟ୍ସ ଫେବ୍ରୁଆରି ୩, ୨୦୨୩ରେ ଏହି ଭୂକମ୍ପ ହେବା ବିଷୟରେ ପୂର୍ବାନୁମାନ କରିଥିଲେ। ତାଙ୍କ ଟ୍ୱିଟର ଆକାଉଣ୍ଟକୁ ବ୍ୟବହାର କରି ଡଚ୍ ବିଶେଷଜ୍ଞ ଫ୍ରାଙ୍କ୍ ହୁଗରବିଟ୍ସ ଲେଖିଥିଲେ ଯେ ଶୀଘ୍ର ଏହି ଅଞ୍ଚଳ(ଦକ୍ଷିଣ-ମଧ୍ୟ ତୁର୍କୀ, ଜୋର୍ଡାନ, ସିରିଆ, ଲେବାନନ୍)ରେ ୭.୫ତୀବ୍ରତାର ଭୂକମ୍ପ ହେବ।
ତାଙ୍କର ଏଭଳି ଟ୍ବିଟ ପରେ ସମସ୍ତେ ତାଙ୍କୁ ସମାଲୋଚନା କରିଥିବା ବେଳେ ଆଜି ତାହା ସତ ହୋଇଛି। ନିଜ ଭବିଷ୍ୟବାଣୀ ସତ ହେବା ପରେ ଦୁଃଖପ୍ରକାଶ କରି ଟ୍ବିଟ କରିଛନ୍ତି ଫ୍ରାଙ୍କ ହୁଗରବିଟ୍ସ ।

ad-week
Leave A Reply

Your email address will not be published.