ବାଲ୍ମିକୀ ସମାଜର ଜିଲ୍ଲା ବୈଠକ ଆୟୋଜିତ

add-all

ମାଲକାନଗିରି : ଆଜି ବାଲ୍ମିକୀ ସମାଜର ଜିଲ୍ଲା ବୈଠକ ରେ ଆମ ଜିଲ୍ଲାରେ ବସବାସ କରୁଥିବା ତେଲୁଗୁ ଭାଷାର ବ୍ୟକ୍ତିବିଶେଷ ମାନେ ଏକତ୍ରିତ ହୋଇଥିଲେ l ତେଲୁଗୁ ଭାଷା ରେ “ଡମ୍ବ” ନାମରେ କୌଣସି ଜାତି କିମ୍ବା ଉପଜାତି ନଥିବାବେଳେ ଜିଲ୍ଲାରେ ଅନେକ ବ୍ୟକ୍ତିଙ୍କ ପଟ୍ଟା ରେ ଡ଼ମ୍ବ ଶବ୍ଦର ଉପଯୋଗ ହୋଇଛି l ଏହା ସେମାନଙ୍କ ସମ୍ମାନରେ ବହୁତ ଆଘାତ ଦେଉଛି l ସେମାନେ ପିଢ଼ି ପିଢ଼ି ଧରି ମାଲକାନଗିରି ଜିଲ୍ଲାରେ ବସବାସ କରୁଥିଲେ ମଧ୍ୟ ୨୦୧୨ ଜଙ୍ଗଲ ଜମି ଅଧିକାର ଆଇନ ରେ ଅଣ ଆଦିବାସୀ (ପାରମ୍ପରିକ ବନବାସୀ) ମାନଙ୍କୁ ଜମିପ୍ରଦାନ ନିମନ୍ତେ ଯେଉଁ ବ୍ୟବସ୍ଥା ରହିଛି ସେଠାରୁ ସେମାନେ ବଞ୍ଚିତ ରହିଥିବା ବିଷୟରେ ବିଶେଷ ଆଲୋଚନା ହୋଇଥିଲା l
ଜିଲ୍ଲା ପ୍ରଶାସନ ର ୨୦୧୬ ରେ ନିର୍ଦ୍ଦେଶ ସତ୍ତ୍ୱେ ଜମି ପ୍ରଦାନ କରା ନ ହୋଇଥିବା ଦୁଃଖ ର ବିଷୟ ବୋଲି ଶ୍ରୀ ଦୁର୍ଗା ରାଓ (କୁର୍ଶୁୱାଡ଼ା) କହିଥିଲେ l
ଓଡ଼ିଶା ସରକାରଙ୍କ ୧୯୫୮ ର ବାଉଣ୍ଡରି ଆକ୍ଟ ୧୧/୧ ଅନୁଯାୟୀ ମାଲକାନଗିରି ରେ ୧୯୬୧ ରେ ପ୍ରଥମ ସର୍ଭେ କରିଥିବାବେଳେ “୭୫ ବର୍ଷ” ପୂର୍ବ ସରକାରୀ ପ୍ରମାଣ କିପରି ମିଳିବ ବୋଲି ଅନେକ କହିଥିଲେ l
୧୯୨୩ ମାନ୍ଦ୍ରାଜ ରେଶିଡେନସି ର କିଛି ପ୍ରମାଣ ମିଳୁଥିଲେ ମଧ୍ୟ ସେମାନଙ୍କ ସଂଖ୍ୟା ବସବାସ କରୁଥିବା ଲୋକଙ୍କ ତୁଳନାରେ ମହଜୁଦ ରସିଦ ଅତି କମ୍ ରହିଥିବାରୁ ସେମାନେ ଅନେକାଂଶରେ ସେମାନଙ୍କ ଅଧିକାରରୁ ବଞ୍ଚିତ ହୋଇଛନ୍ତି l ଉଚ୍ଚଶିକ୍ଷା, ସରକାରୀ ସୁବିଧା, ଉତ୍ପାଦନ ସାମଗ୍ରୀ କୁ ସରକାରୀ ସ୍ତରରେ ବିକ୍ରିମଧ୍ୟ କରିପାରୁନାହାନ୍ତି l
ଜିଲ୍ଲା ର ଏପରି ଅସୁବିଧା ରୁ ସୁବିଧା ପାଇବା ନିମନ୍ତେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲାର ଅନ୍ୟ ସ୍ଥାନରେ ଏପରି ସମ୍ମିଳନୀ କରି ସମସ୍ତ ଲୋକଙ୍କୁ ଏକତ୍ରିତ କରିବା ବୋଲି ଆଲୋଚନାରେ ନିଶ୍ରେୟ ହୋଇଥିଲା l

ad-week
Leave A Reply

Your email address will not be published.