ନବ ଦାସଙ୍କ ହତ୍ୟାରେ ବଡ଼ ଷଡ଼ଯନ୍ତ୍ର ଅଛି: ସନ୍ତୋଷ ସିଂ ସାଲୁଜା…

add-all

ଭୁବନେଶ୍ବର: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲା ନେଇ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା। ସେ କହିଛନ୍ତି, ଏହା ଏକ ହାଇ ପ୍ରୋଫାଇଲ୍ ହତ୍ୟାକାଣ୍ଡ। ଷଡ଼ଯନ୍ତ୍ର କରାଯାଇ ହତ୍ୟା କରାଯାଇଛି। ରାଜନୈତିକ ଓ ବ୍ୟାବସାୟିକ କାରଣ ଥାଇ ପାରେ। ନିଜ ଦଳର ବି ଶତ୍ରୁ ହୋଇପାରନ୍ତି। ବିଭିନ୍ନ ଦିଗକୁ ନେଇ ତଦନ୍ତ କରିବାକୁ ହାଇକୋର୍ଟ ତତ୍ତ୍ଵାବଧାନରେ ଏସ ଆଇ ଟି ତଦନ୍ତ ଲାଗି ଆମେ ଦାବି କରିଥିଲୁ। ହେଲେ ରାଜ୍ୟ ସରକାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ। ଖାକି ତଦନ୍ତ ଖାକି କରୁଛି।

ଏହାର ତଦନ୍ତ କାଗଜ କଲମରେ ରହିବ। ପ୍ରକୃତ ଦୋଷୀଙ୍କୁ ଧରି ପାରିବେନି ସରକାର। ବଡ଼ ଲୋକ ସଂପୃକ୍ତ ଅଛନ୍ତି, ଏଥିରେ ବଡ଼ ଷଡ଼ଯନ୍ତ୍ର ବି ଅଛି। ତେଣେ ଏନେଇ ବିଜେଡି ବିଧାୟକ ବ୍ୟୋମକେଶ ରାୟ କହଛନ୍ତି, ନବ ଦାସଙ୍କ ବିୟୋଗ ବିଜେଡି ପାଇଁ ବଡ଼ କ୍ଷତି। ସେ ପଶ୍ଚିମ ଓଡିଶାର ଟାଣୁଆ ନେତା ଥିଲେ। ବିଜେଡିକୁ ସଂଗଠିତ କରିବା ପାଇଁ ସବୁବେଳେ ସେ ଚେଷ୍ଟା କରିଆସୁଥିଲେ। ବର୍ତ୍ତମାନ କ୍ରାଇମବ୍ରାଞ୍ଚ ତଦନ୍ତ ଚାଲିଛି। ତଦନ୍ତ ପରେ ହତ୍ୟାର ପ୍ରକୃତ କାରଣ ସାମ୍ନାକୁ ଆସିବ।

ad-week
Leave A Reply

Your email address will not be published.