ଋଷିମାଳ ବାରୁଣୀ ମେଳା ପାଳନ ନିମନ୍ତେ ବ୍ଲକ ଓ ଜିଲା ପ୍ରଶାସଙ୍କ ଦୃଷ୍ଟି ଆକର୍ଷଣ କଲେ କମିଟି ସଦସ୍ୟ….

add-all

ଦାରିଙ୍ଗବାଡି,୦୬/୦୨, କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ହାତିମୁଣ୍ଡା ଗ୍ରାମ ପଞ୍ଚାୟତ ତାମାଙ୍ଗି ଗ୍ରାମ ନିକଟରେ ରହିଛି ଋଷିମାଳ ପର୍ବତ। ଏହି ଋଷିମାଳ ପର୍ବତରୁ ଉତ୍ତପତି ହୋଇଛି ଋଷିକୂଲ୍ୟା ନଦୀ। ଋଷିକୂଲ୍ୟା ପର୍ବତମାଳା ଓ ଋଷିକୂଲ୍ୟା ନଦୀକୁ ନେଇଁ ଏତିହାସିକ କିମ୍ବଦନ୍ତୀ ରହିଛି। ଆବହାନ କାଳରୁ ବର୍ଷର ଚୈତ୍ର ମାସରେ ବାରୁଣୀ ସ୍ନାନ ସମୟରେ ପବିତ୍ର ବାରୁଣୀ ବୁଡ଼ ପକାଇବା ପାଇଁ କନ୍ଧମାଳ ଜିଲା ସମେତ ଗଞ୍ଜାମ, ଗଜପତି, ରାୟଗଡା, ନୟାଗଡ଼ ଓ ପୁରୀ ଜିଲ୍ଲାରୁ ଶ୍ରଦ୍ଧାଳୁ ମାନଙ୍କ ସମାଗମ ହୋଇ ଆସୁଛି। ଏହି ପରିପ୍ରେକ୍ଷୀରେ ଆଜି ହାତିମୁଣ୍ଡା ପଞ୍ଚାୟତ ସମିତି ସଭ୍ୟା ସିବାନୀ ବିନ୍ଧାଣିଙ୍କ ସହିତ ବ୍ରାହ୍ମଣୀଗାଁ ଅଞ୍ଚଳରୁ ଋଷିକୂଲ୍ୟା ଆଞ୍ଚଳିକ ଉନ୍ନୟନ କମିଟିର ସଦସ୍ୟ ସୀମାଦ୍ରୀ ଦେଓ, ଯୋଗେଶ ବେହେରାମାଝୀ, ଜଗନ୍ନାଥ ପାତ୍ର, ସୁଜଶ ଦେଶମାଝୀ, ପ୍ରଦୀପ କୁମାର ବିନ୍ଧାଣି,ସାରଥୀ ଡାକୁଆ, ଅକ୍ଷୟ ବେହେରଦଳେଇ ପ୍ରମୁଖ ବିଡିଓ ଗଦାଧର ପାତ୍ରଙ୍କୁ ସାକ୍ଷାତ କରି ଋଷିମାଳ ପର୍ବତର ସୁରକ୍ଷା ସହିତ ପ୍ରତି ବର୍ଷ ବାରୁଣୀ ମେଳା ବ୍ଲକ ତଥା ଜିଲା ପ୍ରଶାସନ ଓ ଋଷିମାଳ ଆଞ୍ଚଳିକ ଉନ୍ନୟନ କମିଟିର ମିଳିତ ସହଯୋଗରେ କରାଯିବାକୁ ଆଲୋଚନା କରି ଲିଖିତ ଦରଖାସ୍ତ ବିଡିଓ ଶ୍ରୀ ପାତ୍ରଙ୍କୁ ପ୍ରଦାନ କରିଥିଲେ। ପ୍ରକାଶ ଥାଉକି ଚଳିତ ମାସ ଗତ ଚାରି ତାରିଖରେ ଏହି କମିଟି ଜିଲା ପାଳ ଆଶିଷ ଈଶ୍ଵର ପାଟିଲଙ୍କୁ ସାକ୍ଷାତ କରି ଲିଖିତ ଦରଖାସ୍ତ ଦେଇଥିବା ଜଣାପଡିଛି। ବିଡିଓ ମଧ୍ୟ ବାରୁଣୀ ମେଳା କରିବାକୁ ପ୍ରତିଶୃତି ଦେଇ ମେଳାରେ ପାନୀୟ ଜଳ ବ୍ୟବସ୍ଥା କରିବା ସହିତ ସ୍ୱାସ୍ଥ୍ୟ ସେବା, ଆମ୍ବୁଲାନ୍ସ ସେବା, ଅଗ୍ନିଶମ ସେବା ସହିତ ଆଇନ ଶୃଙ୍ଖଳା ପାଇଁ ପୋଲିସ ବାହିନୀ ମୁତୟନ କରାଯିବାକୁ ପ୍ରତିଶୃତି ଦେଇଥିବା ଋଷିମାଳ ଆଞ୍ଚଳିକ ଉନ୍ନୟନ କମିଟିର ସଦସ୍ୟ ଗଣ ସୂଚନା ଦେଇଛନ୍ତି।

ad-week
Leave A Reply

Your email address will not be published.