ଜାତୀୟ ଟେବୁଲ ଟେନିସ୍ ପାଇଁ ଓଡ଼ିଶା ଦଳ…

add-all

କଟକ: ଆସନ୍ତା ୮ ରୁ ୧୬ ତାରିଖ ପର୍ଯ୍ୟନ୍ତ ଚେନ୍ନାଇର ଜବାହରଲାଲ ନେହରୁ ଇନ୍‌ଡୋର ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ୮୪ତମ ଅନ୍ତଃରାଜ୍ୟ କନିଷ୍ଠ ଓ ଯୁବା ଏବଂ ଜାତୀୟ ଟେବୁଲ ଟେନିସ୍ ଚାମ୍ପିଅନସିପ୍ ପାଇଁ ଓଡ଼ିଶା ଦଳର ଘୋଷଣା ହୋଇଛି। ବାଳିକା ଦଳରେ ଶ୍ବେତପଦ୍ମା ଦଳାଇ, ଶୁକଲଦେଇ ପେଣ୍ଠିଆ, ସୋମ୍ୟାଜ୍ୟୋତି ଦାସ, ବନିତା ମାଝୀ, ଆଦ୍ୟାଶା ପ୍ରିୟଦର୍ଶନୀ, ବାଳକ ଦଳରେ ଜିଜ୍ଞାସୁ ସାହୁ, ଫରାଜ ରାଜା, ଅନିନ୍ଦ୍ୟା ଅନୁପମା ଦାସ, ମହମ୍ମଦ ଜିସାନ, ମହମ୍ମଦ ଆବୁ ସୁଫିଆନ୍‌ ତାଜି, ତୁହିନ ବଣିକ, ଏ. ସନ୍ତୋଷ ପ୍ରିତମ, ସାହିଲ ସୁମନ ଭୂୟାଁ ସ୍ଥାନ ପାଇଛନ୍ତି। ଦଳ ସହିତ ସମ୍ବିତ ଦାସ ଓ ଲକ୍ଷ୍ମୀ ସେଠୀ ପ୍ରବନ୍ଧକ, ପ୍ରଶିକ୍ଷକ ଭାବେ ସାହିଦ ହୁସେନ ଏବଂ ଅମ୍ପାୟାର ଭାବେ ଏମ. ଚିନ୍ନା ରାଓ ଚେନ୍ନାଇ ଯିବେ ବୋଲି ରାଜ୍ୟ ଟେବୁଲ ‌ଟେନିସ୍ ସଂଘର ସଂପାଦକ ରବୀନ୍ଦ୍ର କୁମାର ପରିଡ଼ା ଜଣାଇଛନ୍ତି।

ad-week
Leave A Reply

Your email address will not be published.