ନୀଳାଚଳ ଭକ୍ତ ନିବାସ ନାମରେ ସାଇବର୍ ଠକେଇ ଘଟଣା: ଦୁଇ ଅଭିଯୁକ୍ତ ଗିରଫ…

add-all

ପୁରୀ: ନୀଳାଚଳ ଭକ୍ତ ନିବାସ ନାମରେ ଏକ ଜାଲି ୱେବସାଇଟ୍ ଖୋଲି ଲୋକଙ୍କୁ ରୁମ୍ ବୁକିଂ କରାଇଦେବା ଆଳରେ ଠକୁଥିବା ଦୁଇଜଣଙ୍କୁ ପୁଲିସ ଗିରଫ କରିଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ କେନ୍ଦୁଝର ଜିଲ୍ଲା ଆଗରପଡ଼ାର ଚନ୍ଦନ ସିଂହ(୨୭) ଓ ଭଦ୍ରକ ଜିଲ୍ଲା ଚରମ୍ପାର ଗୌତମ ସାହୁ(୩୯)। ଉଭୟଙ୍କଠାରୁ ୫ଟି ମୋବାଇଲ୍, ୩୧ଟି ସିମକାର୍ଡ, ଗୋଟିଏ ବାୟୋମେଟ୍ରିକ୍ ଉପକରଣ ଓ ଗୋଟିଏ ବାୟୋମେଟ୍ରିକ୍ କର୍ଡ ଜବତ କରାଯାଇଛି। ଉଭୟଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି।

ଅନୁସନ୍ଧାନ ସମୟରେ ଜଣାଯାଇଛି ଯେ ପର୍ଯ୍ୟଟକଙ୍କୁ ଠକିବା ପାଇଁ ଉଭୟେ କାର୍ଯ୍ୟ କରୁଥିଲେ। ଚନ୍ଦନ ସିଂ ଜିଓ ସିମ୍ ସେଲ୍ସ ବିଭାଗରେ କାମ କରୁଥିବା ବେଳେ ଗୌତମ ସାହୁ ମଧ୍ୟସ୍ଥି ଭାବେ ଭାବେ କାମ କରୁଥିଲେ।

ସୂଚନାଯୋଗ୍ୟ, ନୀଳାଚଳ ଭକ୍ତ ନିବାସ ନାମରେ ଏକ ଜାଲି ୱେବସାଇଟ୍ ଖୋଲି ଲୋକଙ୍କୁ ରୁମ୍ ବୁକିଂ କରାଇଦେବା ଆଳରେ ଠକାଯାଉଥିବା ନେଇ ପୁରୀ ଶ୍ରୀମନ୍ଦିର ପ୍ରଶାସକ(ଉନ୍ନୟନ) ଏ କେ ଜେନା ଥାନାରେ ଏତଲା ଦେବା ପରେ ତଦନ୍ତ ଆରମ୍ଭ ହୋଇଥିଲା।

ad-week
Leave A Reply

Your email address will not be published.