ମହିଳା ସଂଘକୁ ଆତ୍ମ ନିର୍ଭରଶୀଳ କରିବା ନେଇ ଯଶୋଦା ଫାଉଣ୍ଡେସନ ପକ୍ଷରୁ ବିରିବଟା ଗ୍ରାଇଣ୍ଡର ପ୍ରଦାନ

add-all

ଛତ୍ରପୁର : ମହିଳା ସଂଘ କୁ ଆତ୍ମ ନିର୍ଭରଶୀଳ କରିବା ଲକ୍ଷ୍ୟ ନେଇ ଛତ୍ରପୁର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ଯଶୋଦା ଫାଉଣ୍ଡେସନ ମଙ୍ଗଳବାର ଛତ୍ରପୁର ବ୍ଲକ ଅନ୍ତର୍ଗତ ଭିକାରୀପଲ୍ଲୀ ଗ୍ରାମ ପଂଚାୟତ ର କମାପଲ୍ଲୀ ଗ୍ରାମ ର ମହିଳା ସଂଘ କୁ ଆବଶ୍ୟକ ଅନୁଯାୟୀ ଏକ ବିରିବଟା ଗ୍ରାଇଣ୍ଡର ପ୍ରଦାନ କରିଛନ୍ତି l ଟ୍ରଷ୍ଟି ସାଗରିକା ପଣ୍ଡା ଙ୍କ ପୌରହିତ୍ୟ ରେ ଆୟୋଜିତ କାର୍ଯ୍ୟକ୍ରମ ରେ ଅତିଥି ଭାବେ ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ, ପୂର୍ବତନ ସମିତି ସଭ୍ୟ ମଥୁରା ଚରଣ ସୁବୁଦ୍ଧି, ଛତ୍ରପୁର ପ୍ରେସ କ୍ଳବର ସଭାପତି ପ୍ରଶାନ୍ତ କୁମାର ମହାରଣା,ୱାର୍ଡ ସଭ୍ୟ ନେତ୍ରୀ ପ୍ରଧାନ ପ୍ରମୁଖ ଯୋଗଦେଇ ଫାଉଣ୍ଡେସନ ର ଏଭଳି ମହତ୍ୱ କାର୍ଯ୍ୟ କୁ ପ୍ରଂଶସା କରିଥିଲେ l ଏଥିରେ ଗ୍ରାମ ର ବହୁ ମହିଳା ମାନେ ଉପସ୍ଥିତ ଥିଲେ l କାଯ୍ୟକ୍ରମ କୁ ପରିଚାଳନା ରେ ଫାଉଣ୍ଡେସନ ର ସୁଦେଷ୍ଠା ସାହୁ ଓ ପୁଷ୍ପଞ୍ଜଳି ସାହୁ ସହଯୋଗ କରିଥିଲେ l

ad-week
Leave A Reply

Your email address will not be published.