ବ୍ଲକ କଂଗ୍ରେସର “ହାତ ସେ ହାତ ଯୋଡ” କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ…

add-all

ଦାରିଙ୍ଗବାଡ଼ି, ୦୭/୦୨ : ବ୍ଲକ କଂଗ୍ରେସ ପକ୍ଷରୁ ବୁଥ ଠାରୁ ପଞ୍ଚାୟତ ସ୍ତରରେ ହାତସେ ହାତ ଯୋଡ କାର୍ଯ୍ୟ କ୍ରମ କରିବା ପାଇଁ ପ୍ରସ୍ତୁତି ବୈଠକ ଦାରିଙ୍ଗବାଡ଼ି ସ୍ଥିତ ଡୁଲୁରି ପାଇନ ବଗିଚାରେ କରା ଯାଇଛି। ଜିଲା ମହିଳା ସଭା ନେତ୍ରୀ ରୁଦା ମଳିକଙ୍କ ନେତୃତ୍ୱ ଓ ବରିଷ୍ଠ କଂଗ୍ରେସ ନେତା ଅମୀର ଚାନ୍ଦ ନାୟକଙ୍କ ସହଯୋଗରେ ହୋଇଥିବା ପ୍ରକାଶ ପାଇଛି। ଏହି କାର୍ଯ୍ୟ କ୍ରମରେ ଜିଲା କଂଗ୍ରେସର ବରିଷ୍ଠ ନେତା ଚନ୍ଦ୍ର ପରିଡା, ପୂର୍ବତନ ବିଧାୟକ ଯାକବ ପ୍ରଧାନ, ଅଜୟନ୍ତି ପ୍ରଧାନଙ୍କ ସହିତ ବ୍ଲକ ଜଂଗ୍ରେସର ୨୫ ଗୋଟି ଗ୍ରାମ ପଞ୍ଚାୟତର ପଞ୍ଚାୟତ ସଭାପତି, ନିର୍ବାଚିତ ସରପଞ୍ଚ, ସମିତି ସଭ୍ୟ ସଭ୍ୟା, ୧୧ନଂ ଯୋନ ଜିଲା ପରିଷଦ ସଭ୍ୟା ଦୀପିକା ମାଝୀଙ୍କ ସମେତ ବ୍ଲକ କଂଗ୍ରେସର ବରିଷ୍ଠ କର୍ମୀ ଶ୍ୟାମଘନ ପ୍ରଧାନ, ପୂର୍ବତନ ସମିତି ଅଧ୍ୟକ୍ଷ ଜୁନସ ପ୍ରଧାନ, ଶରତ ପ୍ରଧାନ, ଜ୍ୟୋତି ନାୟକ, ଶରତ ବଳିୟାରସିଂ, ବିଳାସିନୀ ନାୟକ, ଭାସ୍କର ନାୟକ, ବିକ୍ରମ ମଲିକ, ପ୍ରଦୀପ ମଲିକ, ନାଗେଶ୍ୱର ପ୍ରଧାନ,ସନ୍ତୋଷ ପ୍ରଧାନ, ତିଆଡି ନାୟକ, ସନ ଦିଗାଲ, ରାମଦେବ ପ୍ରଧାନ, କଳାମଣି ପାତ୍ର, ଯୋଗେନ୍ଦ୍ର ପ୍ରଧାନ ଓ ପ୍ରତି ପଞ୍ଚାୟତର ବରିଷ୍ଠ କର୍ମୀ ସମୂହ ଉପସ୍ଥିତ ଥିବା ଜଣା ପଡ଼ିଛି।

ad-week
Leave A Reply

Your email address will not be published.