ସ୍କୁଲ୍ ବସ ଧକ୍କାରେ ଷଣ୍ଢ ଗୁରୁତର

add-all

ହିଞ୍ଜିଳିକାଟୁ ୭।୨ : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ପେଟ୍ରୋଲପମ୍ପ ନିକଟ ଏନଏଚ ୫୯ ଊପରେ ଏକ ଘରୋଇ ଇଞ୍ଜିନିୟରିଂ ସ୍କୁଲ ବସ ଧକ୍କାରେ ଏକ ଷଣ୍ଢ ଗୁରୁତର ହୋଇଛି। ଵ୍ରହ୍ମପୁର ଠାରୁ ହିଞ୍ଜିଳିକାଟୁ ଅଭିମୁଖେ ଆସୁଥିବା ଘରୋଇ ସ୍କୁଲ ବସ ନଂ ଓଆର୦୫ ୟୁ ୩୭୦୨ ହିଞ୍ଜିଳିକାଟୁ ପେଟ୍ରୋଲ ପମ୍ପ ସମ୍ମୁଖ ରେ ଏକ ଷଣ୍ଢକୁ ଧକ୍କା ଦେବା ସହ ଷଣ୍ଢ ଟି ଚକ ମଧ୍ୟରେ ଫସି ରହିଥିଲା। ସ୍ଥାନୀୟ ଲୋକେ ଆହତ ଷଣ୍ଢକୁ ଗାଡି ରୁ ଉଦ୍ଧାର କରି ଚିକିତ୍ସା କରିଥିଲେ। ହିଞ୍ଜିଳିକାଟୁ ପଶୁସମ୍ପଦ ଡାକ୍ତର ଖାନାରେ ତାଲା ଝୁଲୁଥିବା ଦେଖି ଏକ କ୍ଵାକ ଡାକ୍ତର ସାହାର୍ଯ୍ୟରେ ଚିକିତ୍ସା କରିଛନ୍ତି ଯୁବ ଗୋଷ୍ଠୀ।

ad-week
Leave A Reply

Your email address will not be published.