ଦଳ ପକ୍ଷରୁ ନବ ନିଯୁକ୍ତି ସଦସ୍ୟଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

add-all

ଦାରିଙ୍ଗବାଡ଼ି, ୭/୨: ଅନୁସୂଚିତ ଜନଜାତି ଉନ୍ନୟନ କମିଟି ର ରାଜ୍ୟ ସ୍ତରୀୟ ମେମ୍ବର ଭାବେ ଦିଲିପ ପ୍ରଧାନ , ଏସଡ଼ିସି ମେମ୍ବର ଭାବେ ରମାକାନ୍ତ ମାଝୀ ଏବଂ ରଞ୍ଜିତା ପ୍ରଧାନଙ୍କୁ ନବ ନିଯୁକ୍ତି ମିଳିଛି। ଏହାକୁ ନେଇ ବିଜେଡ଼ି ଦଳ ପକ୍ଷରୁ ଦାରିଙ୍ଗବାଡ଼ି ପଞ୍ଚାୟତ ସମିତି ଠାରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମ ରେ ସମିତି ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନଙ୍କ ସମେତ ଜିଲ୍ଲା ପରିଷଦ ସଦସ୍ୟ ରଞ୍ଜନ କୁମାର ପ୍ରଧାନ , ବ୍ଲକ ସଭାପତି ଜ୍ୟୋତିରାଜ ପ୍ରଧାନ, ବିଧାୟକ ପ୍ରତିନିଧି ଦିପକ କୁମାର ସାହୁ, ବାବୁନି ପଣ୍ଡା ପ୍ରମୁଖଙ୍କ ସହିତ ଦଳୀୟ କର୍ମୀମାନେ ଉପସ୍ଥିତ ରହି ନବ ନିର୍ବାଚିତ ସଦସ୍ୟ ଓ ସଦସ୍ୟାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ।

ad-week
Leave A Reply

Your email address will not be published.