ହିଞ୍ଜିଳିକାଟୁ ବ୍ଲକର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଦେଖିଲେ କେନ୍ଦ୍ରୀୟ ସେକ୍ରେଟ୍ରେରିଏଟ ସେବା ଅଧିକାରୀ

add-all

ହିଞ୍ଜିଳିକାଟୁ ୭।୨: ମଙ୍ଗଳବାର କେନ୍ଦ୍ରୀୟ ସେକ୍ରେଟ୍ରେରିଏଟ ସେବା ର ୪ ଜଣ ଅଧିକାରୀ ଷ୍ଟଡି ଟୁର ରେ ହିଞ୍ଜିଳିକାଟୁ ବ୍ଳକ ଗସ୍ତରେ ଆସି ସାରୁ ପଂଚାୟତ, କଞ୍ଚୁରୁ ପଞ୍ଚାୟତ, ଦାରୁଭଦ୍ରା ପଞ୍ଚାୟତ ଓ ଶାସନ ଆମ୍ଵଗାଁ ପଞ୍ଚାୟତ ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପକୁ ବୁଲି ଦେଖିଛନ୍ତି। ବିଶେଷ କରି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ଉପରେ ଆଲୋଚନା କରିଥିଲେ।

କେନ୍ଦ୍ରୀୟ ଷ୍ଟଡି ଟୁର ରେ ଆସିଥିବାସୁଭାସିନୀ ଟି, ହେମ୍ ଭାଦିରାନୀ, ପ୍ରଭାତ କୁମାର ପାଣିଗ୍ରାହୀ, ମହେନ୍ଦ୍ର ସିଂହ ଶେଷରେ ହିଞ୍ଜିଳିକାଟୁ ବ୍ଳକ କାର୍ଯ୍ୟାଳୟ ରେ ବିଭିନ୍ନ ବିଭାଗୀୟ ଅଧିକାରୀ ଙ୍କ ସହ ସରକାରଙ୍କ ଵିଭିନ୍ନ ଯୋଜନାର ସଫଳ ରୂପାୟନ ହୋଇଥିବା ନେଇ ଆଲୋଚନା କରିଥିଲେ।

ଏହି ଗସ୍ତ ସମୟରେ ହିଞ୍ଜିଳିକାଟୁ ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନା, ଵ୍ଳଡ ର ସମସ୍ତ ଯନ୍ତ୍ରୀ ସାରୁ, କଞ୍ଚୁରୁ, ଦାରୁଭଦ୍ରା ଓ ଶାସନ ଆମ୍ଵଗାଁ ପଞ୍ଚାୟତ ର ସମସ୍ତ ସରପଚଂ ଓ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.