
ମାଲକାନଗିରି : ଆଜି୧୫ଦଫା ଦାବି ନେଇ ପାରମ୍ପରିକ ବେଶ ଭୁଷାରେ ରାଜ ରାସ୍ତାକୁ ଆସିଲେ ମାଲ୍ୟବନ୍ତ ଦେଶିଆ ନାଟଗୁରୁ ସାଂସ୍କୃତିକ ସଙ୍ଘଠନର ହଜାର ହଜାର କଳାକାର । ବିଶେଷ କରି ରାଜ୍ୟର ପ୍ରାଚୀନ କଳା ଓ ସଂସ୍କୃତି ର ପୁନରୁଦ୍ଧାର କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା କରିଥିବା ବେଳେ କଳାକାରଙ୍କ ଉନ୍ନତି ସକାଶେ ମାସିକ ଭତ୍ତା ୧୨ ଶହ ଟଙ୍କା ପ୍ରଦାନ କରୁଥିବା ବେଳେ ଏହାକୁ ବୃଦ୍ଧି କରାଯାଇ ମାସିକ ତିନି ହଜାର ଟଙ୍କା ପ୍ରଦାନ ସହ କଳାକାରଙ୍କ ମୃତ୍ୟୁ ଘଟିଲେ ତାଙ୍କ ପରିବାରର ଉନ୍ନତି ସକାଶେ କଳାକାରଙ୍କ ପତ୍ନୀଙ୍କୁ କଳାକାର ଭତା ପ୍ରଦାନ ଏବଂ ଏହା ସହ ପ୍ରାଚୀନ କଳା ଓ ସଂସ୍କୃତି ର ବିକାଶ ସକାଶେ ସରକାର ବାର୍ଷିକ ଏକ ବଜେଟ ପ୍ରସ୍ତୁତ କରନ୍ତୁ ବୋଲି ୧୫ଦଫା ଦାବି ନେଇ ଆଜି ମାଲ୍ୟବନ୍ତ ଦେଶିଆ ନାଟଗୁରୁ ସାଂସ୍କୃତିକ ସଙ୍ଘଠନ ର ହଜାର ହଜାର କଳାକାର ମାଲକାନଗିରି ସଦର ମହକୁମାର ହାଟପଦା ଠାରୁ ଏକ ବିଶାଳ ରାଲ୍ଲିରେ ବାହାରି ସହର ପରିକ୍ରମା କରିବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ କୁ ଆସି ମୁଖ୍ୟମନ୍ତ୍ରୀଙ୍କ ଉଧ୍ୟେସ୍ୟ ରେ ୧୫ଦଫା ଦାବିପତ୍ର ପ୍ରଦାନ କରିଛନ୍ତି । ଯଦି ସରକାର କଳାକାରଙ୍କ ୧୫ଦଫା ଦାବିକୁ ନ ମାନନ୍ତି ତାହା ହେଲେ ଆଗାମୀ ଦିନରେ ରାଜ୍ୟ ବ୍ୟାପି ଆନ୍ଦୋଳନ କରାଯିବ ବୋଲି ମାଲ୍ୟବନ୍ତ ଦେଶିଆ ନାଟଗୁରୁ ସାଂସ୍କୃତିକ ସଙ୍ଘଠନର କର୍ମକର୍ତା ଚେତାବନୀ ଦେଇଛନ୍ତି ।