ପ୍ରହସନ ଚାଲିଛି ପାନୀୟ ଜଳ ଯୋଗାଣ…

add-all

ଫିରିଙ୍ଗିଆ : କେନ୍ଦ୍ର ଓ ରାଜ୍ୟ ସରକାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ବିକାଶ ପାଇଁ ମାଳମାଳ ଯୋଜନା ପ୍ରସ୍ତୁତ କରିଛନ୍ତି ସତ ଅନେକ ସ୍ଥାନରେ ଆଜି ବି ପାଣି ସମସ୍ୟା ଅଞ୍ଚଳ ବାସୀ ରହିଆସିଛନ୍ତି । ପାଇପ୍ ମାଧ୍ୟମରେ ପାନୀୟ ଜଳ ଯୋଗାଇ ଦିଆ ଯାଇ ସତ କିନ୍ତୁ ନିର୍ମାଣ ହେବାର ଦୁଇ ବର୍ଷ ବିତି ଯାଇଥିଲେ ମଧ୍ୟ ପାଣି ଟୋପାଏ ଟିୟାପ ରେ ଆସୁ ନଥିବା ରୁ ଅଭିଯୋଗ କରିଛନ୍ତି ଅଞ୍ଚଳ ବାସୀ ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ପାଙ୍ଗା ଉପରସାହି ପଞ୍ଚାୟତ ର ୫,୬ ଦୁଇଟି ଉଆଡ୍ ବାସୀ ଜଳ ସମସ୍ୟା ଯୋଗୁଁ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତଳମାଲା, ଉପରମାଲା ଦୁଇଟି ଉଆଡ୍ ରେ ଜଳ ଉପରେ ନିର୍ଭର କରନ୍ତି ପାଞ୍ଚଟି ସାଇ ତଳମାଲା, ଉପରମାଲା,ପଦରସାଇ,ପାଣ୍ଡେ ପଡା,ଏହି ଭଳି ସାଇର ୬୦୦ ରୁ ଉର୍ଦ୍ଧ ଜନସାଧାରଣ ଙ୍କ ସାହାଭରଷା ଆସୁଥିବା ପାଇପ୍ ମାଧ୍ୟମରେ ପାନୀୟ ଜଳ । କିନ୍ତୁ ଏଠି ପ୍ରଶ୍ନ ଉଠୁଛି ସରକାର ମାଳ ମାଳ ଯୋଜନା ପ୍ରସ୍ତୁତ କରି ଅଞ୍ଚଳ ବାସୀ ଙ୍କ ପାଇଁଁ ବସୁଧା ଯୋଜନା ମାଧ୍ୟମରେ ଜନସାଧାରଣ ଙ୍କୁ ପାନୀୟ ଜଳ ଯୋଗାଇ ଦେଉଥିବା ବେଳେ ଦିର୍ଘ ଦୁଇ ବର୍ଷ ହେବ ପାନୀୟ ଜଳ ଯୋଗାଣ ସୁବିଧା କରିଥିଲେ ମଧ୍ୟ ଦୁଇ ବର୍ଷ ଭିତରେ ପାଞ୍ଚ ଦିନ ପାନୀୟ ଜଳ ଯୋଗାଇ ଦେବା ପରେ ବନ୍ଧ ହୋଇ ପାଇପ୍ ଫାଟି ଯାଇ ଥିବାରୁ । ସଠିକ ନିର୍ମାଣ ହୋଇ ନଥିବା ଯୋଗୁ ପାଇପ୍ ଫାଟି ଯାଇ ଥିବାରୁ ଦୁଇଟି ଉଆଡ୍ ବାସୀ ପାନୀୟ ଜଳ ପାଇବାରୁ ବଞ୍ଚିତ । ଟିୟାପ୍ ରହିଛି ପାଇପ୍ ରହିଛି କିନ୍ତୁ ବହୁତ ଦିନରୁ ଜଳ ଆସୁନଥିବା ଅଭିଯୋଗ କରିଛନ୍ତି ଗ୍ରାମ ବାସୀ ଲତା ଦିଗାଲ, ନମିତା ଦିଗାଲ,କାଞ୍ଚନ ଦିଗାଲ,ଧୁବତି କହଁର,ପୂଜା କୁମାରୀ,ଅନ୍ତିମା କହଁର, ସ୍ଥାନୀୟ ସମିତି ସଭ୍ୟ ଦିଲୀପ କୁମାର ଦିଗାଲ । ପାଇପ୍ ଫାଟି ଯିବା ପରେ ଅଞ୍ଚଳ ବାସୀ ମରାମତି ପାଇଁ ଦାବି କରିଥିଲେ ମଧ୍ୟ କେହି ଶୁଣୁନାହାନ୍ତି ବୋଲି କହିଛନ୍ତ । କନ୍ଧମାଳ ଜିଲ୍ଲା ରୁ ମନୋଜ କୁମାର ସାହୁ ଙ୍କ ରିପୋର୍ଟ

ad-week
Leave A Reply

Your email address will not be published.