ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୪ର୍ଥ ବାର୍ଷିକ ଉତ୍ସବ ପାଳିତ

add-all

ଦାରିଙ୍ଗବାଡି,୦୮/୦୨ : ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୪ର୍ଥ ବାର୍ଷିକ ଉତ୍ସବ ରାଜୀବଗାନ୍ଧୀ ସେବା କେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର କାର୍ଯ୍ୟକାରୀ ସଭାପତି ଚିତ୍ରସେନ ପାତ୍ର ସଭାପତିତ୍ୱ କରିଥିବା ବେଳେ, ମୂଖ୍ୟ ଅତିଥି ଭାବେ ବ୍ରାହ୍ମଣୀଗାଁ ଥାନା ଉପ ଅଧିକାରୀ ଅମରେନ୍ଦ୍ର ସୁବୁଦ୍ଧି, ମୂଖ୍ୟ ବକ୍ତା ଭାବେ ଶିକ୍ଷା ବିଭାଗ ବ୍ରାହ୍ମଣୀଗାଁ କ୍ଲଷ୍ଟର ସିଆରସି ସନ୍ତୋଷ ମଲିକ ଓ ସମ୍ମାନିତ ଅତିଥିଭାବେ ଗଦାପୁର ଗ୍ରାମ ପଂଚାୟତ ସରପଞ୍ଚ ଶ୍ରୀମତୀ କୁମାରୀ ମଲିକ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଶିଶୁ ବିଦ୍ୟା ମନ୍ଦିରର ସମ୍ପାଦକ ଙ୍କ ସହିତ ସମସ୍ତ ଗୁରୁମା, ଗୁରୁଜୀ ଓ କର୍ମକର୍ତ୍ତା ଉପସ୍ଥିତିରେ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରା ଯାଇଥିଲା। ବିଦ୍ୟାଳୟର ସମସ୍ତ ଗୁରୁମାଙ୍କ ମିଳିତ ସହଯୋଗରେ ସ୍ୱାଗତ ସଙ୍ଗୀତ ଗାନ କରା ଯାଇଥିବା ବେଳେ ଶିଶୁ ଵିଦ୍ୟା ମନ୍ଦିର ପ୍ରଧାନ ଗୁରୁମା ଶ୍ରୀମତୀ ଲଷ୍ମୀ ବଡ଼କୁମାର ବାର୍ଷିକ ବିବରଣୀ ପଠନ କରିଥିଲେ। ଅତିଥି ମାନେ ନିଜ ନିଜ ବକ୍ତବ୍ୟରେ ଶିଶୁ ବିଦ୍ୟା ମନ୍ଦିରର ସମସ୍ତ ଛାତ୍ର ଛାତ୍ରୀ ଙ୍କୁ ଉତ୍ସାଇତ କରିବା ସହିତ ଉତ୍ତମ ନାଗରିକ ସାଜି, ନିଜ ସ୍କୁଲ ତଥା ଦେଶର ଗୌରବ ଅର୍ଜନ କରିବାକୁ ପରାମର୍ଶ ଦେଇଥିଲେ। ନାଚ ଗୀତ ଖେଳ କୂଦ ଭଳି ବିଭିନ୍ନ ବିଭାଗରେ କୃତି ଅର୍ଜନ କରିଥିବା ଛାତ୍ର ଛାତ୍ରୀଙ୍କୁ ଅତିଥି ସମୂହ ମାନ ପତ୍ର ଦେଇ ପୁରସ୍କୃତ କରିଥିଲେ। କାର୍ଯ୍ୟ କ୍ରମ ଶେଷରେ ଅନୁଷ୍ଠାନର କୁନି ଛାତ୍ର ଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା। କୁନି ଛାତ୍ର ଛାତ୍ରୀଙ୍କ ରଙ୍ଗାରଙ୍ଗ କାର୍ଯ୍ୟ କ୍ରମରେ ବାର୍ଷିକ ଉତ୍ସବ, ଉତ୍ସବ ମୁଖର ହୋଇଥିଲା। ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ ଉତ୍ସଵ ପାଳନକୁ ଅଞ୍ଚଳର ସବୁ ମହଲରେ ପ୍ରସଂଶା କରିଥିବା ପ୍ରକାଶ ପାଇଛି।

ad-week
Leave A Reply

Your email address will not be published.