ସୁନ୍ଦରଗଡ଼ଠାରେ ଜିଲ୍ଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳିତ…

add-all

ସୁନ୍ଦରଗଡ଼ (୦୯/୦୨) : ସ୍ଥାନୀୟ ସଂସ୍କୃତି ଭବନ ଠାରେ ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳିତ ହୋଇଯାଇଛି | ଜିଲ୍ଲା କ୍ଷୁଦ୍ର ଜଳସେଚନ ବିଭାଜନ , ଉଠା ଜଳସେଚନ ବିଭାଜନ ଏବଂ ଜଳସେଚନ ବିଭାଜନ କାର୍ଯ୍ୟାଳୟ ଦ୍ଵାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ମାନ୍ୟବର ଜିଲ୍ଲା ଯୋଜନା ବୋର୍ଡ ତଥା ମାନ୍ୟବର ବିଧାୟକ, ରାଉରକେଲା ଶ୍ରୀ ସାରଦା ପ୍ରସାଦ ନାୟକ, ମାନ୍ୟବର ବିଧାୟିକା, ସଦର, ଶ୍ରୀମତୀ କୁସୁମ ଟେଟେ, ମାନ୍ୟବର ବିଧାୟକ, ରାଜଗାଙ୍ଗପୁର ଡଃ. ସି. ଏସ୍. ରାଜେନ୍ ଏକ୍କା, ମାନନୀୟ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ କୁନ୍ତୀ ପ୍ରଧାନ ଅତିଥି ଭାବେ ଯୋଗ ଦେଇଥିଲେ | ଜଳ କୁ ସଂରକ୍ଷିତ କରି ରଖିବା ଏବଂ ଜଳସେଚନ ମାଧ୍ୟମ ରେ କୃଷି କ୍ଷେତ୍ର ର ବିକାଶ ତଥା କୃଷି କ୍ଷେତ୍ରରେ ଜଳ ର ସଦୁପୋଯୋଗ ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଥିଲା | କାର୍ଯ୍ୟକ୍ରମ ରେ କ୍ଷୁଦ୍ର ଜଳସେଚନ ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ କିଶୋର ଚନ୍ଦ୍ର ଆଚାର୍ଯ୍ୟ ସ୍ଵାଗତ ଭାଷଣ ଦେଇଥିଲେ ଏବଂ ମହାନଦୀ ଉପର ଉପତ୍ୟକା ମୁଖ୍ୟ ଯନ୍ତ୍ରୀ ଶ୍ରୀ ଆନନ୍ଦ ଚନ୍ଦ୍ର ସାହୁ ଏହି ଦିବସ ପାଳନର ଉଦ୍ଦେଶ୍ୟ ତଥା ପାଣି ପଞ୍ଚାୟତ ର ଗଠନ, ତାହାର କାର୍ଯ୍ୟାବଳୀ ଆଦି ସମ୍ପର୍କରେ ଆଲୋକପାତ କରିଥିଲେ | ଏହି ଦିବସ ପାଳନ ଅବସରରେ ଅୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀମାନଙ୍କୁ କାର୍ଯ୍ୟକ୍ରମ ରେ ପୁରସ୍କୃତ କରାଯାଇଥିଲା | ଜିଲ୍ଲା ର ସଫଳ ଚାଷୀ ଅରବିନ୍ଦ ମହାନ୍ତି ଯିଏ କି ରାଜ୍ଯ ସ୍ତରୀୟ କାର୍ଯ୍ୟକ୍ରମ ରେ ପୁରସ୍କୃତ ହେବା ପାଇଁ ବିବେଚିତ ହୋଇଛନ୍ତି ତାହାଙ୍କୁ ଏହି ଅବସରରେ ସମ୍ମାନିତ କରାଯାଇଥିଲା I
କାର୍ଯ୍ୟକ୍ରମ ଶେଷ ରେ ବିଭିନ୍ନ ସାଂସ୍କୃତିକ ଦଳ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା | କାର୍ଯ୍ୟକ୍ରମ ରେ ରାଉରକେଲା ମଧ୍ୟମ ଜଳସେଚନ ବିଭାଜନ ଅଧୀକ୍ଷଣ ଯନ୍ତ୍ରୀ ଶ୍ରୀ ସନାତନ ସାହୁ, ଉଠା ଜଳସେଚନ ବିଭାଜନ, ସୁନ୍ଦରଗଡ଼ ନିର୍ବାହୀ ଯନ୍ତ୍ରୀ ଶ୍ରୀ ଗିରୀଶ ଚନ୍ଦ୍ର ବେହେରା, ଉଠା ଜଳସେଚନ ବିଭାଜନ, ରାଉରକେଲା ନିର୍ବାହୀ ଯନ୍ତ୍ରୀ ଶ୍ରୀ ପବିତ୍ର ମୋହନ ସାହୁ, ବରିଷ୍ଠ ବୈଜ୍ଞାନିକ, କୃଷି ବିଜ୍ଞାନ କେନ୍ଦ୍ର, ସୁନ୍ଦରଗଡ଼, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ଜିଲ୍ଲା ମତ୍ସ୍ୟ ଅଧିକାରୀ, ପ୍ରକଳ୍ପ ଅଧିକାରୀ ଜଳ ବିଭାଜିକା, ପ୍ରକଳ୍ପ ଅଧିକାରୀ ଉଦ୍ୟାନ କୃଷି ତଥା ଜିଲ୍ଲା ର ବିଭିନ୍ନ ବ୍ଲକ ରୁ ଆସିଥିବା ପାଣି ପଞ୍ଚାୟତ ର ସଭ୍ୟ, ଚାଷୀ ଏବଂ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ | ଉପ ନିର୍ବାହୀ ଯନ୍ତ୍ରୀ ଶ୍ରୀ ଅଶୋକ ସେଠୀ ଏବଂ ସହାୟକ ଯନ୍ତ୍ରୀ ଶ୍ରୀମତୀ ସୁଚିସ୍ମିତା ପାଠି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ |

ad-week
Leave A Reply

Your email address will not be published.